Wednesday , September 28 2022
Breaking News
Home / ବିଶେଷ / ଆଜି ରାକ୍ଷା ବନ୍ଧନ, ଚଳଚଞ୍ଚଳ ରାକ୍ଷୀ ବଜାର

ଆଜି ରାକ୍ଷା ବନ୍ଧନ, ଚଳଚଞ୍ଚଳ ରାକ୍ଷୀ ବଜାର

ଜୁନାଗଡ଼ ,୧୧/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- ଆଜି ରାକ୍ଷା ବନ୍ଧନ । ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ଏକ ପବିତ୍ର ଦିନ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାକ୍ଷୀ ବଜାର। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସମେତ ବିଭିନ୍ନ ସହର ବଜାରରେ ଭଳିକି ଭଳି ରାକ୍ଷୀ ସଜା ହୋଇରହିଛି । ଷ୍ଟୋନ ରାକ୍ଷୀ, କଣ୍ଢେଇ ରାକ୍ଷୀ, ଛୋଟା ଭୀମ, ଡୋରେମୋନ ଭଳି ଅନେକ ଭଳିକି ଭଳି ଡିଜାଇନର ରାକ୍ଷୀ ପସରା ମେଲିଥିବାବେଳେ ଗ୍ରାହକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ଗତ ଦୁଇଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିଲା, ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ରାକ୍ଷୀ ବ୍ୟବସାୟୀ । କିନ୍ତୁ ସକାଳୁ ପାଗରେ ପରିବର୍ତ୍ତନ ହେବାରୁ ବଜାରରେ ଗ୍ରାହକଙ୍କ ଭିଡ଼ ଦେଖି ବ୍ୟବସାୟୀ ବେଶ ଖୁସି । ଓଡ଼ିଶା ସମାଚାର

Leave a Reply

Your email address will not be published.