Wednesday , September 28 2022
Breaking News
Home / ବିଶେଷ / ଆଜାଦୀ କା ଅମୃତ ମହୋତ୍ସବ ପାଳିତ – – ଏଆଇପିଏଲ ତରଫରୁ  ଜାତୀୟ ରାଜପଥରେ ଏକ ହଜାର ଗଛ ଲାଗିଲା

ଆଜାଦୀ କା ଅମୃତ ମହୋତ୍ସବ ପାଳିତ – – ଏଆଇପିଏଲ ତରଫରୁ  ଜାତୀୟ ରାଜପଥରେ ଏକ ହଜାର ଗଛ ଲାଗିଲା

ନିରାକାରପୁର, ୧୧/୦୮/୨୦୨୨(ଓଡ଼ିଶା ସମାଚାର)-ଆଇପିଏଲ ତରଫରୁ ୧୬ନଂ ଜାତୀୟ ରାଜପଥ ଟାଙ୍ଗୀଠାରୁ ଭୁବନେଶ୍ୱର ମଧ୍ୟରେ ଏକ ହଜାର ବୃକ୍ଷରୋପଣ କରାଯାଇଛି । ବ୍ୟାପକ ବୃକ୍ଷରୋପଣ କରାଗଲେ ପରିବେଶ ସନ୍ତୁଳନ ରକ୍ଷା ହୋଇ ପାରିବ। ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯାଇ ପାରିବା ସହ ଦୈନନ୍ଦିନ ଜୀବନରେ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରି ଆମ ଜୀବନକୁ ସରସ ସୁନ୍ଦର କରି ପାରିବ ବୋଲି ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ାସ୍ଥିତ ଏଆଇପିଏଲ କମ୍ପାନୀ ଦ୍ୱାରା ସ୍ୱାଧୀନତାର ୭୫ବର୍ଷ ପୂର୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ୧୬ ନଂ ଜାତୀୟ ରାଜପଥରେ ବୃକ୍ଷରୋପଣ କରି ଆଇପିଏଲ ସେଫ୍ଟି ଅଧିକାରୀ ଏଲ. ସନ୍ଦୀପ ମତବ୍ୟକ୍ତ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଏଆଇପିଏଲ ର ସମସ୍ତ ରୋଡ଼ ସେପ୍ଟି କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଆଇପିଏଲ ତରଫରୁ ଏକ ହଜାର ଗଛ ଲଗାଯାଇଥିଲା ।ସମସ୍ତ କାର୍ଯ୍ୟକୁ ସେଫ୍ଟି ମ୍ୟାନେଜର ଏଲ. ସନ୍ଦୀପ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.