Thursday , September 29 2022
Home / ତାଜା ଖବର / ଅଟୋ ଡ୍ରାଇଭରକୁ ଗଳାକାଟି ନୃଶଂସ ହତ୍ୟା

ଅଟୋ ଡ୍ରାଇଭରକୁ ଗଳାକାଟି ନୃଶଂସ ହତ୍ୟା

କଟକ ସଦର,୧୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ନମାଜ ପଡିଆ ଠାରେ ଜନୈକ ଯୁଵକର ଉଲଗ୍ନ ଓ ଗଳାକଟା  ମୃତ ଦେହ ପଡିଥିଵା ଆଜି (ଗୁରୁବାର) ସକାଳେ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ଦ୍ୱାରା ଶଵ ଚିହ୍ନଟ କରିଛି।ମୃତକ ସେହି ଗ୍ରାମର ଅଟୋ ଡ୍ରାଇଭର ଅଵଦୁଲ କାଦର(୪୫) ଵୋଲି ଜଣାପଡିଛି।ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ପରକିୟା ପ୍ରିତି ପାଇଁ ଅଵଦୁଲକୁ ଅନ୍ୟ କେଉଁ ସ୍ଥାନରେ ହତ୍ୟା କରାଯାଇ ଏଠାରେ ଆଣି ପକାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ସହ କିଶନନଗର ଥାନାଧିକାରୀ ରଶ୍ମି ରଞ୍ଜନ ଦାସ ପହଞ୍ଚି ଘଟଣାର ଛାନଭିନ୍ ଚଳାଇଥିବା ଜଣାପଡ଼ିଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.