Thursday , September 29 2022
Home / ରାଜନୀତି / ଭୁବନ ରେ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳନ ଓ ଗୌରବ ଯାତ୍ରା ଅନୁଷ୍ଠିତ

ଭୁବନ ରେ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳନ ଓ ଗୌରବ ଯାତ୍ରା ଅନୁଷ୍ଠିତ

ଭୁବନ ୧୦/୦୮/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭୁବନରେ କ୍ରାନ୍ତି ଦିବସ ପାଳନ ଓ ସ୍ୱାଧିନତାର ୭୫ ବର୍ଷଉପଲକ୍ଷେ ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ସରୋଜ ପଟ୍ଟନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ମନ୍ତ୍ରୀ ଡଃ ଯୁଧିଷ୍ଠିର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କିଷାନ ସେଲ ସଭାପତି ବିପ୍ରବର ସାହୁ , ଜିଲ୍ଲା ମହିଳା କଂଗ୍ରେସ   ,ଜିଲ୍ଲାସଂପାଦକ ବିନୋଦ ମହାରଣା , ଭୁବନ ବ୍ଲକ କଂଗ୍ରେସ ସଭାପତି ଭାଗିରଥି ଜେନା ,ପ୍ରେମ ଶଙ୍କର ମିଶ୍ର ,ଡମ୍ବରୁଧର ସେଠୀ ,ଭାଗବତ ସାହୁ ପ୍ରମୁଖ ଯୋଗଦେଇ ସର୍ବପ୍ରଥମେ ବିଶ୍ୱର ସର୍ବକନିଷ୍ଠ ବୀର ବାଜିରାଉତଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଭୁବନ ଡାକବଙ୍ଗଳାରୁ ଶତାଧିକ କର୍ମୀ ଙ୍କ ଗହଣରେ ଗୌରବ ଯାତ୍ରାସହର ପରିକ୍ରମା କରି ବୁଦ୍ଧେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ମୁଖ୍ୟ ଅତିଥି କର୍ମୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ , ବିଜେପି ସରକାର ଏବେ ହିଂସା,ବିଦ୍ୱେଶ ଓ ପ୍ରତିଶୋଧ ମୂଳକ ରାଜନୀତି କରୁଛି । ଯେଉଁ ଦଳ ତ୍ରିରଙ୍ଗା ପତାକାକୁ ଆଦୌ ସମ୍ମାନ ଦିଏ ନାହିଁ ସେ ଦଳ ଏବେ ତ୍ରିରଙ୍ଗା ଯାତ୍ରାକରୁଛି । ଦରଦାମ ବୃଦ୍ଧି ଅସହ୍ୟ ହେଲାଣି,ଅଚ୍ଛେଦିନ ର ସ୍ୱପ୍ନ ଦେଖାଇ ଲୋକଙ୍କୁ ବୁରେ ଦିନ ରେ ହନ୍ତସନ୍ତ କରିମାରୁଛି । କେଉଁଟା ଅଚ୍ଛେଦିନ ତାହା ପ୍ରତ୍ୟେକ ଲୋକ ଏବେ ମର୍ମେମର୍ମେ ଅନୁଭବ କରୁଛନ୍ତି  । ମୁଖ୍ୟ ଅତିଥି ଡଃ ଯୁଧିଷ୍ଠିର ଜେନା ବିଜେପି ହଟାଓ,ଭାରତବଂଚାଅ ବୋଲି କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.