Thursday , September 29 2022
Home / ବିଶେଷ / ପୂର୍ବ ନିଷ୍ପତି ବଦଳିଲା , ସ୍ୱାଧୀନତା ଦିବସ ଉତ୍ସବରେ ରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ

ପୂର୍ବ ନିଷ୍ପତି ବଦଳିଲା , ସ୍ୱାଧୀନତା ଦିବସ ଉତ୍ସବରେ ରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ

ଭୁବନେଶ୍ୱର,୧୦/୦୮/୨୦୨୨(ଓଡ଼ିଶା ସମାଚାର)- ଦେଶ ସ୍ୱାଧିନ ହେବାର ୭୫ ବର୍ଷ ପୂର୍ତି ଅବସରରେ ଦେଶ ପାଳୁଛି ଆଜାଦିକା ଅମୃତ ମହୋତ୍ସବ । ଏଥିପାଇଁ ଏକ ବର୍ଷ ହେଲା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିଲା । ଏଥି ସହିତ ଅଗଷ୍ଟ ୧୧ ତାରିଖ ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯିବ । ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯିବ । ଏଥିପାଇଁ ଶିକ୍ଷାନୁଷ୍ଠାନରେ ସମାରୋହରେ ଏହାକୁ ପାଳନ କରିବା ପାଇଁ ପ୍ରସ୍ତୁତି ଚଳାଇଥିଲେ । ହେଲେ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଥିଲେ । କୋଭିଡ କଟକଣାରେ ସ୍ୱାଧୀନତା ଦିବସ ପାଳନ ହେବ । ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ ଭାଗ ନେବେନାହିଁ ବୋଲି କହିଥିଲେ । ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍ୱାଧୀନତା ଦିବସ ପରି ଏକ ଜାତୀୟ ଉତ୍ସବରେ ଛାତ୍ରଛାତ୍ରୀମାନେ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଅଂଶଗ୍ରହଣ କରି ପାରିବେ । ୭୬ତମ ସ୍ୱାଧୀନତା ଦିବସ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପାଳିତ ହେବ । ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ୨୦୨୨ ରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି ।
ସୂଚନା ଥାଉକି, ଗତ ଦୁଇ ବର୍ଷ ହେବ କରୋନା ପାଇଁ ସ୍ୱାଧିନତା ଦିବସ ପାଳନ ଆଡମ୍ୱର ସହ ପାଳନ ହେଉନଥିଲା । କେବଳ ପତାକା ଉତ୍ତୋଳନକୁ ଛାଡିଦେଲେ ନାଁ ପରେଡ ହେଉଥିଲା ନାଁ କେହି ଭାଗ ନେଉଥିଲେ । ତେବେ ଦୁଇବର୍ଷ ପରେ ଚଳିତ ବର୍ଷ ପରେଡରେ ଛାତ୍ରଛାତ୍ରୀମାନେ ସାମିଲ ହେବେ ବୋଲି ନିଷ୍ପତ୍ତି ହୋଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.