Thursday , September 29 2022
Home / ତାଜା ଖବର / ସମୁଦ୍ରରେ ସ୍ନାନ ବେଳେ ଭାସିଯାଇ ଜଣେ ଯୁବତୀଙ୍କର ମୃତ୍ୟୁ

ସମୁଦ୍ରରେ ସ୍ନାନ ବେଳେ ଭାସିଯାଇ ଜଣେ ଯୁବତୀଙ୍କର ମୃତ୍ୟୁ

ପୁରୀ , ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ସ୍ନାନ ବେଳେ ସମୁଦ୍ରରେ ଭାସିଯାଇ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଉଛନ୍ତି ଛତିଶଗଡ ରାୟଗଡ ଅଞ୍ଚଳର ମିନାକ୍ଷୀ ନାୟକ । ପୁରୀ ସମୁଦ୍ର କୂଳ ସେକ୍ଟର ୧ନଂ ରେ ମିନାକ୍ଷୀ ତାଙ୍କ ସାଙ୍ଗଙ୍କ ସହ ସ୍ନାନ କରୁଥିବା ବେଳେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀ ବହୁତ ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ମିନାକ୍ଷୀ ଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ମିନାକ୍ଷୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଓଡ଼ିଶା ସମାଚାର

 

Leave a Reply

Your email address will not be published.