Thursday , September 29 2022
Home / ରାଜନୀତି / ବିଜେଡ଼ି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ବିଜେଡ଼ି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତର  ଚଁପୁର ହାଟ ପଡ଼ିଆ ଠାରୁ  ନାଣ୍ଡିବଟ ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାବେଳେ  ଏଥିରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁବ ସମ୍ପାଦକ ସୁଦୀପ୍ତ ସାମଲ , ବଙ୍ଗାଳପୁର ପଂଚାୟତର ସରପଂଚ ଅମିୟ ଜେନା, ସାଂସଦ ପ୍ରତିନିଧି ଜୟପ୍ରକାଶ ବାରିକ, ଜିଲା ପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ, ଜିଲାପରିଷଦ ସଦସ୍ୟ ପ୍ରମୋଦ ରଥ ,  ସମିତି ସଭ୍ୟା ମହେଶ୍ୱତା ସମାଲ , ଆତ୍ମା ଅଧ୍ୟକ୍ଷ ଦୀପକ କୁମାର ରାଉତ, ଯୁଗ୍ମ ସମ୍ପାଦକ ରଶ୍ମି ରଂଜନ ପ୍ରଧାନ, ମହିଳା ସମାନେତ୍ରୀ ସୁଦୁସ୍ମିତା ଲେଙ୍କା, ପଂଚାୟତ ସଭାପତି ଗୁଣନିଧି ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ପରିବେଶ ସୁନ୍ଦର ରଖିବା ସହିତ କିପରି ସୁସ୍ଥ ସମାଜ ଗଠନ ହେବ ସେ ନେଇ ଦଳ ପକ୍ଷରୁ  ଜନ ସଚେତନତା କରାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.