Thursday , September 29 2022
Home / ତାଜା ଖବର / ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ଅଜିତ ଏକ୍କା (୩୦) । ରାଜଗାଙ୍ଗପୁର ବୁଚକୁ ପଡା ପଞ୍ଚାୟତର ହାତୀ ଧରସା ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଆଜି ସଂଧ୍ୟା ରେ ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ଅଭିଯୁକ୍ତ ହତ୍ୟାକାରୀ ବାପ ସାଧୁ ଏକ୍କା କୁ ପୁଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ବୁଚକୁପଡା ପଞ୍ଚାୟତ ର ହାତୀ ଧରସା ଗ୍ରାମ ର ଜାତେ ପଡା ରେ ବାସିନ୍ଦା ସାଧୁ ଏକ୍କା (୬୫) ଙ୍କ ମଝିଆ ପୁଅ ଅଜିତ ଏକ୍କା ଆଜି ସନ୍ଧ୍ୟା ସମୟରେ ସୋନାଖାନ ଗ୍ରାମ ବଜାର ରୁ ବଜାର ସାରି ଘରକୁ ଫେରିଥିଲେ । ଘର ଅଗଣା ରେ ଚୁଲି ଜାଳି ବଜାର ରୁ କିଣି ଆଣିଥିବା ମାଛ ଭାଜୁଥିବା ସମୟରେ ବାହାରୁ ବାପ ସାଧୁ ଏକ୍କା ଏକ ଟାଙ୍ଗିଆ ଧରି ଘରକୁ ପ୍ରବେଶ କରିବା ସମୟରେ ସାଧୁ ଧରି ଥିବା ଟାଙ୍ଗିଆ ରେ ମାଛ ଭାଜୁଥିବା ଅଜିତ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ।

Crime scene murder weapon

ଟାଙ୍ଗିଆ ରେ ଚୋଟପରେ ଚୋଟ ମାରିବା ଫଳରେ ପୁଅ ଅଜିତ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ । ଏହା ଦେଖି ଘର ଭିତରେ ଥିବା ଅଜିତ ର ସ୍ତ୍ରୀ ସାହି ପଡ଼ିଶା ଲୋକଙ୍କୁ ଡାକ ପକାଇଥିଲେ ।ସାହି ପଡ଼ିଶା ଲୋକ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସାଧୁ ଏକ୍କା କୁ କାବୁକରି ବାନ୍ଧି ପକାଇ ପୁଲିସ କୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ନୃଶଂସ ହତ୍ୟାକାରୀ ବାପା ସାଧୁ ଏକ୍କା କୁ ଗିରଫ କରିଛି । ପୁହକୁ ହଠାତ୍ ଏଭଳି ହତ୍ୟା କରିବା ଘଟଣାର କାରଣ ସ୍ପଷ୍ଟ ଜଣାପଡି ନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published.