Wednesday , September 28 2022
Breaking News
Home / ବିଶେଷ / ତେଣ୍ଡାକୁଡ଼ା ଉପ ଡ଼ାକଘର ରେ ତ୍ରିରଙ୍ଗା ବିକ୍ରି ହେଉଛି

ତେଣ୍ଡାକୁଡ଼ା ଉପ ଡ଼ାକଘର ରେ ତ୍ରିରଙ୍ଗା ବିକ୍ରି ହେଉଛି

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)-ଦେଶ ସ୍ୱାଧିନତାର ୭୫ ବର୍ଷକୁ ଆଜାଦିକି ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ “ହର ଘର ତ୍ରିରଙ୍ଗା”ଆହ୍ୱାନ ଦେଇଥିବାରୁ ତାହାକୁ ପାଳନ କରି ଦେଶ ମାତୃକାକୁ ସମ୍ମାନ ଜଣାଇବାକୁ ସାରା ଦେଶରେ ଉତ୍ସାହ ପରିଲକ୍ଷିତ ହେଉଛି । ପ୍ରଧାନ ମନ୍ତ୍ରୀ ଙ୍କର ଏହି “ହର ଘର ତ୍ରିରଙ୍ଗା” ଆହ୍ୱାନକୁ ସଫଳ କରିବା ପାଇଁ ସମସ୍ତେ ସୁବିଧାରେ ଓ ସ୍ୱଳ୍ପ ମୂଲ୍ୟରେ ତ୍ରିରଙ୍ଗା ପାଇବା ପାଇଁ ଡ଼ାକଘର ମାନଙ୍କରେ ତ୍ରିରଙ୍ଗା ବିକ୍ରିର ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ତେଣ୍ଡାକୁଡ଼ା ଉପ ଡ଼ାକଘର ପକ୍ଷରୁ ସୁଲଭ ମୂଲ୍ୟରେ ତ୍ରିରଙ୍ଗା ବିକ୍ରିର ବ୍ୟବସ୍ଥା କରାଯାଇଛି । ମାତ୍ର ୨୫ ଟଙ୍କାରେ ତେଣ୍ଡାକୁଡ଼ା ଉପ ଡ଼ାକଘର ରେ ତ୍ରିରଙ୍ଗା ଉପଲବ୍ଧ ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.