Wednesday , September 28 2022
Breaking News
Home / ବିଶେଷ / ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୨ ଟି ଗେଟ ଖୋଲିବା ପରେ ରବିବାର ବିଳମ୍ବିତ ରାତିରୁ ତଳମୁଣ୍ଡରେ ଥିବା ଜୁନାଗଡ଼ ସହର ନିକଟିସ୍ତ ହାତୀନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ନଦୀ କୂଳରେ ରହୁଥିବା ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତା ବରଣ ଦେଖିବାକୁ ମିଳିଛି। ସେହିପରି ସେଠାରେ ଥିବା ଚାଷ ଜମି ଗୁଡିକ ମଧ୍ୟ ଜଳମଗ୍ନ ହୋଇଛି।ଯାହାକୁ ନେଇଁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷରେ,ଚଳିତ ବର୍ଷ ହାତୀ ନଦୀର ଏହା ସବୁଠୁ ବଡ଼ ବନ୍ୟା ବୋଲି ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.