Thursday , September 29 2022
Home / ରାଜନୀତି / ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ ର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ଭାଷା , ଓଡ଼ିଶାର କଳା କାରୁକାର୍ଯ୍ୟ ଓ ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରତି ଦୀର୍ଘ ବର୍ଷ ଧରି ହୋଇ ଆସୁଥିବା ଅବହେଳା ପାଇଁ କ୍ଷୋଭ ପ୍ରକାଶ କରାଯାଇଥିଲା । ବିଶେଷ କରି ସରକାରୀ ସ୍ତରରେ ଓଡ଼ିଆ ଭାଷା ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି କୁହାଯାଉଥିଲେ ମଧ୍ୟ ଅଦ୍ୟାବଧି ସରକାରୀ ଦପ୍ତରରେ  ଓଡ଼ିଆର ବ୍ୟବହାର କରାଯିବା, ଓଡ଼ିଶା ର ବରପୁତ୍ର ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା , ଭାଗଚାଷୀ ଓ ସାମାଜିକ କର୍ମୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଏବଂ ରିଲିଫ କୋର୍ଡ଼ ଓ ଭୂ ସଂସ୍କାର ଆଇନ ରେ ପରିବର୍ତନ ଅଣାଯିବା ପାଇଁ ସରକାରଙ୍କ ନିକଟରେ ଦଳର ସଭାପତି ଶ୍ରୀ ଦାଶ ଦାବି କରିଥିଲେ । ଏହି ବୈଠକରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ରୁଦ୍ର ପଣ୍ଡା, ଅରକ୍ଷିତ ବାରିକ,ଶିଶିର କୁମାର ପରିଡ଼ା, ଅରୁଣ କୁମାର ପଣ୍ଡା , ଟୁଲୁ ନନ୍ଦି , ଚୈତନ୍ୟ ମଲିକ , ରତ୍ନାକର ନାୟକ , କାଦମ୍ବିନୀ ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସୂଚନା ଯୋଗ୍ୟ ଏହି ଅଭିଯାନ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ପୁରୀ ରୁ ଆରମ୍ଭ ହୋଇଥିବାବେଳେ ଆଜି ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲା ଅଧିନ ପାଟକୁରା ଠାରେ ଅନୁଷ୍ଠିତ ହୋଇ ଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.