Thursday , September 29 2022
Home / କୃଷି / ଚିତ୍ରୋତ୍ପଳା କୃଷକ ଉତ୍ପାଦିକା ସଂଘ ର ପରିଚାଳନା କମିଟି ବୈଠକ 

ଚିତ୍ରୋତ୍ପଳା କୃଷକ ଉତ୍ପାଦିକା ସଂଘ ର ପରିଚାଳନା କମିଟି ବୈଠକ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ର କୃଷି ଓ କୃଷକ ର ଉନ୍ନତି ପାଇଁ ଓଡ଼ିଶା ର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଗ୍ରାମ ଉତ୍ଥାନ ର ସହଯୋଗିତାରେ ଚିତ୍ରୋତ୍ପଳା ଫାର୍ମର୍ସ ପ୍ରଡ଼୍ୟୁସର୍ସ କମ୍ପାନୀ ର ଗଭର୍ଣ୍ଣିଂ କମିଟି ର ଦ୍ୱିତୀୟ ଅଧିବେଶନ ଆଜି ଗରଦପୁର ବ୍ଲକ୍ ର ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଧିବେଶନରେ ଗ୍ରାମ ଉତ୍ଥାନର ସଭାପତି ଗୋବିନ୍ଦ ନାୟକ,ସଂଯୋଜକ ପରମାନନ୍ଦ ଦାସ ,ଗରଦପୁର ବ୍ଲକ୍ ଚିତ୍ରୋତ୍ପଳା ଫାର୍ମର୍ସ ପ୍ରଡ଼୍ୟୁସର୍ସ କମ୍ପାନୀ ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ବିଜନ ରାୟ, ଗରଦପୁର ପଂଚାୟତ ସରପଂଚ ପ୍ରତିନିଧି ରମାକାନ୍ତ ବେହେରା, ଗଭର୍ଣ୍ଣିଂବଡ଼ି ସଦସ୍ୟ ତ୍ରିଲୋଚନ ବିଶ୍ୱାଳ, ଜଟାଧାରୀ ରାଉତ, ଚିନ୍ମୟୀ ପରିଡ଼ା , ଶସ୍ମିତା ରାଉତ, ଅଭୟ ମଲ, ଦୀପକ ବିଶ୍ୱାଳ ଉପସ୍ଥିତ ରହି  ଏହି କାର୍ଯ୍ୟକ୍ରମକୁ  ଖୁବ ଶୀଘ୍ର ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିଥିଲେ । ସରକାରଙ୍କର ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ  କୃଷକ ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ନାବାର୍ଡ଼ ସହାୟତାରେ  ଗରଦପୁର ବ୍ଲକ୍ ର ପ୍ରଥମ ପର୍ଯ୍ୟାୟରେ ରାମଚନ୍ଦ୍ରପୁର, ତିକନପୁର, ନଡ଼ିଆବରେଇ, ପାଟକୁରା, ବଙ୍ଗାଳପୁର, ବଡ଼ ବେତ୍ରା, ସାନ ଅଢ଼ଙ୍ଗା ଓ ପଦ୍ମପୁର ପଂଚାୟତର ୫ ଶହ କୃଷକ ମାନଙ୍କୁ ନେଇ ପନି ପରିବା ଓ ଡ଼ାଲି ଜାତିୟ ଫସଲ ଉତ୍ପାଦନ କରିବା ଲକ୍ଷ ରଖାଯାଇଛି । ଚଳିତ ଅଗଷ୍ଟ ମାସ ଶେଷ ସୁଦ୍ଧା କାର୍ଯ୍ୟାଳୟ ଖୋଲାଯାଇ ସମସ୍ତ ପ୍ରକି୍ରୟାକୁ ତ୍ୱରାନ୍ୱୀତ କରିବା ପାଇଁ ଗ୍ରାମ ଉତ୍ଥାନ ଓ କୃଷକ କମିଟି  ମଧ୍ୟରେ ନିଷ୍ପତି ନିଆଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.