Thursday , September 29 2022
Home / ବିଶେଷ / କିଏ କେଉଁଠି ପତାକା ଉତୋଳନ କରିବେ

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ । ରାଜ୍ୟର ବିଭିନ୍ନ ଜିଲା ସଦର ମହକୁମାରେ  ଜାତୀୟ ପତାକା ଉତ୍ତୋଳନ ପାଇଁ ଅତିଥିଙ୍କ ତାଲିକା ପ୍ରକାଶ ପାଇଛି । ରାଜଧାନୀ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ଉତ୍ସବରେ   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିବେ । ସେହିପରି କନ୍ଧମାଳ ଜିଲ୍ଲା ହେଡକ୍ବାର୍ଟରରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଜଗନ୍ନାଥ ସାରକା । ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଢେଙ୍କାନାଳରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଲାଙ୍ଗୀରରେ ମନ୍ତ୍ରୀ ପ୍ରଦୀପ ଅମାତ ଜାତୀୟ ପତାକା ଉତ୍ତୋଳନ କରିବେ । ସେହିପରି କେନ୍ଦୁଝର ରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ନୟାଗଡ ରେ ମନ୍ତ୍ରୀ ଉଷା ଦେବୀ, କଟକରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଦେବ ପତାକା ଉତ୍ତୋଳନ କରିବେ । ସେହିପରି ମୟୁରଭଂଜ ରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବରଗଡ଼ରେ ମନ୍ତ୍ରୀ ନବ କିୋାର ଦାସ, ବାଲେଶ୍ୱର ରେ ମନ୍ତ୍ରୀ ଟୁକୁନୀ ସାହୁ, ଗଂଜାମ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କଳାହାଣ୍ଡିରେ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ,ମାଲକାନଗିର ରେ  ମନ୍ତ୍ରୀ ସମୀର ଦାସ , ସମ୍ବଲପୁରରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର, କୋରାପୁଟରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ଗଜପତିରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଖୋର୍ଦ୍ଧାରେ ମନ୍ତ୍ରୀ ତୁଷାରିକାନ୍ତି ବେହେରା , ସୋନପୁରରେ ମନ୍ତ୍ରୀ ରୋହିତ ପୂଜାରୀ, ନୂଆପଡାରେ ମନ୍ତ୍ରୀ ରୀତା ସାହୁ, ଅନୁଗୁଳରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ବ୍ରହ୍ମପୁର, ରାଉରକେଲା ରେ RDC ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ । ବାକି ଅନ୍ୟ ୯ଟି ଜିଲ୍ଲା  ଭଦ୍ରକ, ବୌଦ୍ଧ,ଦେଗଡ଼,ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା,କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ରାୟଗଡ଼ା ରେ ଜିଲ୍ଲାପାଳମାନେ କରିବେ ପତାକା ଉତ୍ତୋଳନ । ଓଡ଼ିଶା ସମାଚାର

Leave a Reply

Your email address will not be published.