Wednesday , September 28 2022
Breaking News
Home / ବିଶେଷ / ଲଗାଣ ବର୍ଷା ଯୋଗୁଁ ଫୁଲୁଚି ହାତୀ ନଦୀ, ଜମିବାଡ଼ି ଜଳ ମଗ୍ନ, ଦରଲି ପଡାର ୧ ପରିବାର ଜଳ ବନ୍ଦୀ

ଲଗାଣ ବର୍ଷା ଯୋଗୁଁ ଫୁଲୁଚି ହାତୀ ନଦୀ, ଜମିବାଡ଼ି ଜଳ ମଗ୍ନ, ଦରଲି ପଡାର ୧ ପରିବାର ଜଳ ବନ୍ଦୀ

କଳାହାଣ୍ଡି ,୦୮/୦୮/୨୦୨୨(ଓଡ଼ିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କଲମପୁର ବ୍ଲକ ଅଂଚଳରେ ନଇଁ ନାଳ , ବିଲବାଡି ବର୍ଷା ଜଳ ରେ ଭରପୁର ହୋଇଥିବାବେଳେ ହାତୀନଦୀ ଫୁଲିବାରେ ଲାଗିଛି । ଏଭଳି ଲଗାଣ ବର୍ଷା ଜାରିରହେ ତେବେ ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । କଲମପୁର ବ୍ଲକ ଅଞ୍ଚଳର ଟେମରା , ଦରଲୀପଡା , ବିରିପୁର , ମାଟିଖାଲ , ବାଲିଛଡ଼ା , ବଙ୍କାପଳା ଭଳି ଗାଁ ଗୁଡିକ ହାତୀନଦୀ କୂଳରେ ଅବସ୍ଥିତ ହୋଇ ଥିବାରୁ ବନ୍ୟା ହେଲେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥାଏ । ବନ୍ୟା ଆଶ୍ରୟସ୍ଥଳୀ ରହିଥିବା ସ୍ଥାନ ଗୁଡିକରେ ଜୀବନ ବଞ୍ଚାଇବା ପାଇଁ ଆଶ୍ରୟସ୍ଥଳୀ ଉପରେ ଲୋକେ ନିର୍ଭର କରୁଥିବା ଜଣାପଡିଛି । ସେହିପରି ବନ୍ଦକନା ପଞ୍ଚାୟତ ଅନ୍ତର୍ଗତ ଟେମରା ଦରଲୀପଡ଼ା ର ଏସ ରାମାରାଓ ନିଜ ବିଲରେ ରହିଥିବାବେଳେ ଲଗାଣ ବର୍ଷାରେ ପାଣି ବଢିବାରୁ ଜଳବନ୍ଦୀ ହୋଇ ଥିବା ଜଣାପଡିଛି ।
ସୂଚନା ଅନୁସାରେ ଟେମରା ଦରଲୀପଡା ଟି ଗାଇଧାର ନଦୀ ଓ ହାତୀନଦୀ ର ମଝିରେ ଅବସ୍ଥିତ । ଉଭୟ ନଦୀର ପାଣି ବଢି ଯିବାରୁ ଜଳବନ୍ଦୀ ହୋଇ ରହିଥିବା ବନ୍ଦକନା ପଞ୍ଚାୟତ ସରପଞ୍ଚ ହିମାଦ୍ରୀ ବାଗ କହିଛନ୍ତି । ଖବର ପାଇବା ପରେ ଘଟଣା ସମ୍ପର୍କରେ ବୁଝି ବ୍ଲକ ପ୍ରସାସନଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ବନ୍ୟା ସ୍ଥାନ ମାନଙ୍କରେ ବ୍ଲକ ପ୍ରଶାସନ ପହଞ୍ଚି ତଦାରକ କରୁଥିବା ଜଣାପଡ଼ିଛି ।ଓଡିଶା ସମାଚାର

Leave a Reply

Your email address will not be published.