Thursday , September 29 2022
Home / କ୍ରୀଡ଼ା / ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ଚୟନ ଶିବିର ପାଇଁ କେନ୍ଦ୍ରାପଡା ଜିଲ୍ଲାରୁ ୨୦ପ୍ରତିଭା ମନୋନିତ

ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ଚୟନ ଶିବିର ପାଇଁ କେନ୍ଦ୍ରାପଡା ଜିଲ୍ଲାରୁ ୨୦ପ୍ରତିଭା ମନୋନିତ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ନିର୍ଦ୍ଧେଶାଳୟ ପକ୍ଷରୁ ଚଳିତ ଅଗଷ୍ଟ ମାସ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦୌଡକୁଦ, ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଫୁଟବଲ, ୧୬ ତାରିଖରେ ଖୋଖୋ ଏବଂ ୧୯ ଓ ୨୦ ତାରିଖରେ ଭଲିବଲ ପାଇଁ ରାଜ୍ୟସ୍ତରିୟ କ୍ରୀଡ଼ା ପ୍ରତିଭା ଶିବିର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ଚୟନ ଶିବିର ପାଇଁ କେନ୍ଦ୍ରାପଡା ଜିଲ୍ଲାରୁ ୨୦ଜଣ ପ୍ରତିଯୋଗୀ ମନୋନିତ ହୋଇଛନ୍ତି । ମନୋନିତ ପ୍ରତିଯୋଗୀମାନେ ହେଉଛନ୍ତି ଦୌଡକୁଦ ପାଇଁ- ବିଶ୍ୱାସ ଶିବ ସୁନ୍ଦର, ଦେବୀପ୍ରସାଦ କାମିଲା, ଓମ୍ ପ୍ରକାଶ ଦାସ, ସାଇଅଚୁ୍ୟତ ନାୟକ, ସମ୍ଭବ ଓଝା, ସାର୍ଥକ କୁମାର ଦାସ, ଶୁଭମ କୁମାର ସ୍ୱାଇଁ, ସୁର୍ଯ୍ୟକାନ୍ତ ନାୟକ ଓ ଓମ୍ ପ୍ରକାଶ ନାୟକ । ଫୁଟବଲ ପାଇଁ- ଅଭିଶେକ ଖୁଂଟିଆ, ଆଦ୍ୟଜ୍ୟୋତି ସାମଲ, ବିଭୁଦତ ନାୟକ, ଗିତେଶ କୁମାର ପାତ୍ର, ସୋମିଆ ସୋରେନ ଓ ସୁବାଶିସ ନାୟକ । ଖୋଖୋ ପାଇଁ- ଅବିନାଶ ସାମଲ, କୁଶାଗ୍ର ସିହ୍ନା ଓ ସୋୟା ଘଡେଇ । ଭଲିବଲ ପାଇଁ- ଜନଫ ବେଗମ ଓ ସିମନ ବେହେରା ମନୋନିତ ହୋଇଥିବାରୁ କେନ୍ଦ୍ରାପଡାର ଜିଲ୍ଲାପାଳ ଅମ୍ରିତ୍ ରିତୁରାଜ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.