Thursday , September 29 2022
Home / ଶିକ୍ଷା / ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ସୂଚନା ଅନୁଯାୟୀ ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଯୁକ୍ତ ଦୁଇ କଳାରେ ପାସ୍ ହାର ୮୨.୧୦ ପ୍ରତିଶତ ରହିଛି । ୨ ଲକ୍ଷ ୮ହଜାର ୬୩୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୮ ହଜାର ୨୮୮ ଛାତ୍ରଛାତ୍ରୀ ପାସ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଆଗୁଆ ରହିଛି ।
ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ। ଏଥିରେ ୭୦.୩୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୮ ଉଚ୍ଚ ମାଧ୍ୟମିକ ସ୍କୁଲର ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି । କୌଣସି ଉଚ୍ଚମାଧ୍ୟମିକ ସ୍କୁଲର ଶୂନ୍ୟ ରେଜଲ୍ଟ ହୋଇନି । ପାସ୍ ହାରରେ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ଥିବାବେଳେ ନବରଙ୍ଗପୁର ସର୍ବନିମ୍ନ ରହିଛି । ୧୭୭ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି । ସନ୍ଧ୍ୟା ୫ଟାରେ orissaresults.nic.in ଓ chseodisha.nic.in ୱେବସାଇଟରେ ପରୀକ୍ଷାଫଳ ଉପଲବ୍ଧ ହେବ । ସେହିପରି ଛାତ୍ରଛାତ୍ରୀ ନିଜର ମାର୍କସିଟକୁ ମଧ୍ୟ ଡାଉନଲୋଡ଼ କରିପାରିବେ। ଛାତ୍ରଛାତ୍ରୀମାନେ ନିଜର ରୋଲ୍ ନମ୍ବର ଦାଖଲ କରି ଏସ୍ଏମ୍ଏସ୍ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ। ଏଥିସହ ସାମ୍ସ କଲେଜ ଇ-ସ୍ପେସ୍ରେ ମଧ୍ୟ ପରୀକ୍ଷାର୍ଥୀ ଫଳ ପାଇପାରିବେ। ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯାଇଛି। ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯାଇଛି।। ଯଦି ଫଳକୁ ନେଇ ଅସନ୍ତୁଷ୍ଟ ଥାଆନ୍ତି ତେବେ ସେମାନେ ରି ଚେକିଂ ପାଇଁ ଆବେଦନ କରିପାରିବେ। ୧୨୦୫ କଲେଜର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨ ଲକ୍ଷ ୮ହଜାର ୬୩୧ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୭୧ ହଜାର ୨୮୮ ଛାତ୍ରଛାତ୍ରୀ ପାସ କରିଛନ୍ତି। ପ୍ରଥମ ଶ୍ରେଣୀରେ ୬୨, ୭୩୪ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୪୧, ୧୯୩ ଓ ତୃତୀୟ ଶ୍ରେଣୀରେ ୬୭, ୩୪୧ ଜଣ ପାସ୍ କରିଛନ୍ତି। ୧୭୭ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। କୌଣସି ଉଚ୍ଚ ମାଧ୍ୟମିକ ସ୍କୁଲର ରେଜଲ୍ଟ ଶୂନ ହୋଇନି । ପାସ୍ ହାରରେ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ, ନବରଙ୍ଗପୁର ସର୍ବନିମ୍ନରେ ରହିଛି।ଓଡ଼ିଶା ସମାଚାର

Leave a Reply

Your email address will not be published.