Wednesday , September 28 2022
Breaking News
Home / ବିଶେଷ / ବିଶିଷ୍ଟ ସଂଗ୍ରାହକ କର୍ମଯୋଗୀ ନାରାୟଣ ଚନ୍ଦ୍ର ମହାନ୍ତିଙ୍କୁ ଜନ୍ମ ମାଟି ୪୨ ମୌଜାରେରେ ଭୂୟସୀ ପ୍ରଶଂସା ସହ ସମ୍ବର୍ଦ୍ଧନା

ବିଶିଷ୍ଟ ସଂଗ୍ରାହକ କର୍ମଯୋଗୀ ନାରାୟଣ ଚନ୍ଦ୍ର ମହାନ୍ତିଙ୍କୁ ଜନ୍ମ ମାଟି ୪୨ ମୌଜାରେରେ ଭୂୟସୀ ପ୍ରଶଂସା ସହ ସମ୍ବର୍ଦ୍ଧନା

  କଟକ , ୦୮/୦୮/୨୦୨୨(ଓଡ଼ିଶା ସମାଚାର)-  ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ୪୨ ମୌଜା ମଣ୍ଡଳ ତରଫରୁ ଗୁରୁପୁଜନ ଉତ୍ସବ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ବୟାଳିଶମୌଜା କଟକ ସଦର ପୂଜ୍ୟପୂଜା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେରେ ସମସ୍ତ ସ୍ୱୟଂ ସେବକ ମାନେ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ,ଗୌରିକ ଧ୍ଵଜ ପୂଜନ ସହ ଗୁରୁଦକ୍ଷିଣା ସମର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସ୍ୱୟଂ ସେବକ ବର୍ଗ ଗାନ୍ଧୀଗୁରୁ ଦାସ, ଦୀପକ୍ ଆଚାର୍ଯ୍ୟ,ଅସୀମ ଦାସ, ଅନିଲ୍ ମହାପାତ୍ର,ଆର୍ତ୍ତ ଭଞ୍ଜନ ସାହୁ,ତପନ ଦାସ,ସାଗର ବେହେରା, କୃଷକ ନେତା ଦେବୀ ପ୍ରସାଦ ପତି ଏବଂ ବହୁ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ସ୍ଵର୍ଗତ ବୃନ୍ଦାବନ ମହାନ୍ତି ଓ ସ୍ବର୍ଗତା ବେଙ୍ଗଲତା ମହାନ୍ତିଙ୍କ ସୁପୁତ୍ର ପ୍ରତିଭାଧାରୀ ସାରସ୍ଵତ ସାଧକ,ବିଶିଷ୍ଟ ସଂଗ୍ରାହକ, ସମାଜସେବୀ ନାରାୟଣ ଚନ୍ଦ୍ର ମହାନ୍ତିଙ୍କୁ ଉଲ୍ଲେଖନୀୟ କୃତିତ୍ୱ ନେଇ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନାଯୋଗ୍ୟ ସମାଜସେବା,ପୂଜ୍ୟପୂଜା,ମେଧା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ, ସମାଜ ସଂସ୍କାର,ପରିବେଶ ସୁରକ୍ଷା,ଶିକ୍ଷାଦାନ ଆଦି ବହୁବିଧ ଜନ ହିତକର କାର୍ଯ୍ୟକରୀ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସମ୍ପାଦକ ଦକ୍ଷ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ସଦର ମାଟିରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.