Thursday , September 29 2022
Home / ଶିକ୍ଷା / ଫଜଲହକ୍ ସରକାରୀ ହାଇସ୍କୁଲ ର “ମୋ ସ୍କୁଲ କମିଟି ” ବୈଠକ  ଅନୁଷ୍ଠିତ

ଫଜଲହକ୍ ସରକାରୀ ହାଇସ୍କୁଲ ର “ମୋ ସ୍କୁଲ କମିଟି ” ବୈଠକ  ଅନୁଷ୍ଠିତ

ଗରଦପୁର,୦୮/୦୮/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଫଜଲହକ୍ ସରକାରୀ ହାଇସ୍କୁଲ ର “ମୋ ସ୍କୁଲ କମିଟି ” ର ଏକ ବୈଠକ  ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ “ମୋ ସ୍କୁଲ କମିଟି ” ର ଚେୟାରମ୍ୟାନ୍ ଡ଼କ୍ଟର ଅମରେନ୍ଦ୍ର ନାଥ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଗୌରଚନ୍ଦ୍ର ଦାସ, ପ୍ରଫେସର ଡ଼କ୍ଟର ସରୋଜ କୁମାର ମହାନ୍ତି, ପ୍ରଫେସର ଦେବକୀ ନନ୍ଦନ ମହାନ୍ତି, ଡ଼କ୍ଟର ଅବ୍ଦୁଲ ହଲିମ, ଆଡ଼ଭୋକେଟ ହୃଦୟନାଧି ମହାନ୍ତି, ଦୀପ୍ତି ରଂଜନ କାନୁନଗୋ, ଡ଼ାକ୍ତର ଲିଙ୍ଗରାଜ ରଣା, ନୃସିଂହପ୍ରସାଦ ଦାସ, ନୟନ କିଶୋର ମହାନ୍ତି , ରବିନ୍ଦ୍ରନାଥ ମହାନ୍ତି, କୈଳାଶ ଚନ୍ଦ୍ର ସ୍ୱାଇଁ, ନୃସିଂହ ବେହେରା, ଆଲୋକ କୁମାର ବେହେରା, ମନୋଜ କୁମାର ନାୟକ, ଗୋଲାମ ମୁକ୍ତର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କମିଟିର ଆବାହକ ତଥା ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ଲେଙ୍କା ପୂର୍ବ ବୈଠକର ବିବରଣି ପାଠ କରିବା ସହିତ ସ୍କୁଲ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ୩୧ଜଣ ପୁରାତନ ଛାତ୍ର ଙ୍କ ଉପସ୍ଥିତି ବୈଠକର ଶୋଭା ବର୍ଦ୍ଧନ କରିଥିଲା । ସ୍କୁଲ ର ମୁଖ୍ୟ ଫାକଟ ଓ ତତ ସଂଲଗ୍ନ ବାହାର କାନ୍ଥ ର ସୌନ୍ଦର୍ଯ୍ୟକରଣର ଅସମାପ୍ତ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ପ୍ରାଥମିକତା ଆଧାରରେ ସମାପ୍ତ କରିବାର ଦାୟିତ୍ୱ ପ୍ରଫେସର ଦେବକୀ ନନ୍ଦନ ମହାନ୍ତିଙ୍କୁ ତାଙ୍କର ଅଭିଜ୍ୟତା ଆଧାରରେ ଅର୍ପଣ କରାଯାଇଥିଲା । ପ୍ରଫେସର ଶ୍ରୀ ମହାନ୍ତିଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଓ ବରିଷ୍ଠ ଶିକ୍ଷକ ଅନାଦି ଚରଣ ସାହୁ ସହଯୋଗ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ଛାତ୍ର ଛାତ୍ରୀ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏକ ଆକ୍ୱା ଗାର୍ଡ଼ ଲଗାଯିବା ସମ୍ପର୍କରେ ଆଲୋଚନା କରାଯାଇ ଏହାକୁ କ୍ରୟ କରି ବସାଇବା ପାଇଁ ପ୍ରସ୍ତାବକୁ ମଂଜୁର କରାଯିବା ସହିତ ଏଥିପାଇଁ ବିଦ୍ୟାଳୟର ପୂର୍ବତନ ଛାତ୍ର ଭୂଇଁସାଇଲୋ ଗ୍ରାମର ଇଂଜିନିଅର ସରୋଜ କୁମାର ମହାନ୍ତି ମୂଳପୁଂଜି ୧୫ ହଜାର ଟଙ୍କା ପ୍ରଦାନ କରିଥିବାରୁ କମିଟି ପକ୍ଷରୁ ତାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଦିଆଯିବା ସହିତ ଆକ୍ୱା ଗାର୍ଡ଼ ଲଗାଯିବା ପାଇଁ ପ୍ରସ୍ତାବକୁ ଅନୁମୋଦନ ଓ ଅବଶିଷ୍ଟ ଅନୁଦାନ ପାଇଁ ମୋ ସ୍କୁଲ ଅଭିଯାନ ସମନ୍ୱୟକଙ୍କୁ ପ୍ରସ୍ତାବ ପ୍ରସ୍ତୁତ କରି ପଠାଇବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅନୁରୋଧ କରାଯାଇଥିଲା । ଏହାପରେ ବୈଜୟନ୍ତୀ ଜେନା, ସୁଚିସ୍ମିତା ସାହୁ, ଏଲଟିକ୍ସ ପଟ୍ଟନାୟକ, ଏକ୍ରାମୁଲ ହକ୍ ଖାନ୍, ଅବ୍ଦୁଲ ୱାହିଦ, ଜଗନ୍ନାଥ ଦାଶ,ତାପସ କୁମାର ମହାନ୍ତି ବାଦଲ କୁମାର ବେହେରା ପ୍ରମୁଖ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ କମିଟି ନିକଟରେ ପ୍ରକାଶ କରିଥିଲେ । କମିଟିର ସଦସ୍ୟମାନେ ଭବିଷ୍ୟତରେ ସେଗୁଡ଼ିକର କାର୍ଯ୍ୟକାରିତା ପ୍ରତି ଧ୍ୟାନ ଦେବାକୁ ପ୍ରତିଶୃତି ଦେଇଥିଲେ । ବୈଠକ ହାରାହାରି ତିନି ଘଂଟା ଧରି ଚାଲିଥିଲା ଓ ସମସ୍ତ ଆଲୋଚ୍ୟ ବିଷୟ ଗୁଡ଼ିକ ପୁଂଖାନୁପୁଂଖ ଭାବେ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.