Wednesday , September 28 2022
Breaking News
Home / ବିଶେଷ / ପ୍ରଜାତନ୍ତ୍ର ୭୫ ତମ ପ୍ରତିଷ୍ଠା ଦିଵସରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗଦାନ

ପ୍ରଜାତନ୍ତ୍ର ୭୫ ତମ ପ୍ରତିଷ୍ଠା ଦିଵସରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗଦାନ

କଟକ ସଦର,୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଗୋଟିଏ ମଞ୍ଚରେ ଵିଜେପିର ବରିଷ୍ଠ ନେତା ତଥା ହର୍ତାକର୍ତା କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ଓଡ଼ିଶାର ଜନପ୍ରିୟ ମୂଖ୍ୟମନ୍ତ୍ରୀ ଏକାଠି ହେଵା ରାଜ୍ୟ ପ୍ରଗତି ପାଇଁ ଶୁଭ ସୂଚନା ବୋଲି ସାଧାରଣରେ ମତପ୍ରକାଶ କରିଥିଲେ। ଆଜି ଦୈନିକ ଖବରକାଗଜ ‘ ପ୍ରଜାତନ୍ତ୍ର ‘ ର ୭୫ ତମ ପ୍ରତିଷ୍ଠା ଦିଵସ ପାଳନ ଅବସରରେ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ‘ ପ୍ରଜାତନ୍ତ୍ର ଅମୃତ ମହୋତ୍ସବ’ ରେ ଉଦଘାଟକ ଭାବେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଯୋଗ ଦେଇଥିବା ବେଳେ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୈ।ରୋହିତ୍ୟରେ ଆୟୋଜିତ ମହୋତ୍ସବରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ‘ ଜୟ ଜଗନ୍ନାଥ ‘ ରୁ ତାଙ୍କର ଭାଷଣ ଆରମ୍ଭ କରିଥିଲେ। ଆଗାମୀ ଦିନରେ ଓଡିଶା ଉନ୍ନତି ର ଭବିଷ୍ୟତ ମୁଁ ଦେଖି ପାରୁଛି।ଏଵେ ଓଡ଼ିଶାର ଅଛେ ଦିନ ଆରମ୍ଭ ହୋଇଛି।ଆଗକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ଵିକାଶ ଉପରେ ବିଶେଷ ଧ୍ୟାନ ଦେଵ ଵୋଲି ଶ୍ରୀ ଶାହା କହିଥିଲେ। ଓଡ଼ିଶା ଆଜି ଗର୍ଵ କରିବା କଥା ଯେ କେନ୍ଦ୍ରରେ ରାଜ୍ୟର ଅନେକ ବ୍ୟକ୍ତି ବିଶେଷ ଵହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷ୍ଠିତ ଅଛନ୍ତି।ଏହି ଅବସରରେ ଛାପା, ବୈଦ୍ୟୁତିକ ଗଣମାଧ୍ୟମ କିମ୍ବା ସାମାଜିକ ଗଣମାଧ୍ୟମଗୁଡିକ ଧର୍ମନିରପେକ୍ଷତା ମାନସିକତା ରଖି ବିନା ଭୟରେ ଲୋକଙ୍କ ପାଇଁ କାମ କରିବା ମୂଖ୍ୟ ଦାୟିତ୍ଵ ହେବା ଉଚିତ୍ ବୋଲି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ। ପ୍ରାରମ୍ଭରେ ‘ ପ୍ରଜାତନ୍ତ୍ର ‘ ପ୍ରଚାର ସମିତିର ଅଧ୍ୟକ୍ଷ ତଥା କଟକ ଲୋକସଭା ସାଂସଦ ଭତୃହରି ମହତାଵ ସ୍ୱ।ଗତ ଅଭିଭାଷଣ ରଖିଥିବା ବେଳେ ମୂଖ୍ୟ ଵକ୍ତା ଭାଵେ ବିଶିଷ୍ଟ ସାହିତ୍ୟିକା ଡ଼ଃ ପ୍ରତିଭା ରାୟ ବକ୍ତବ୍ୟ ରଖିଥିଲେ।ଶେଷରେ ‘ ପ୍ରଜାତନ୍ତ୍ର ‘ ପ୍ରଚାର ସମିତି ଟ୍ରଷ୍ଟି ଭତୃହରିଙ୍କ ପୁଅ ଲୋକରଞ୍ଜନ ମହତାଵ ଧନ୍ୟବାଦ ଅର୍ପଣ କରିଥିଲେ।ଉଭୟ ନେତାଙ୍କୁ ସ୍ୱ।ଗତ କରିବା ପାଇଁ ବିଜେଡି ଓ ଵିଜେପି ପକ୍ଷରୁ ଯୋରଦାର ଭିଡ ପରିଲକ୍ଷିତ ହୋଇଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published.