Wednesday , September 28 2022
Breaking News
Home / ବିଶେଷ / ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା ବେଳେ ଜିଲ୍ଲାପାଳ ଅନୁପସ୍ଥିତ ରହିଵା ଏବଂ ଅବ୍ୟବସ୍ଥା ମଧ୍ୟରେ କରାଯିଵାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଯୋଗ କରିଵାକୁ ଆସିଥିବା ଲୋକଙ୍କ ପାଇଁ ସାମାନ୍ୟତମ ବ୍ୟବସ୍ଥା କରାଯାଇ ନଥିବାରୁ ତହସିଲଦାରଙ୍କ ଏଭଳି ବେପରୁଆ ମନୋଭାବକୁ ଦାୟୀ କରି ଲୋକମାନେ ତହସିଲଦାରଙ୍କୁ ଘେରି ପ୍ରବଳ ହଟ୍ଟଗୋଳ କରିଥିଲେ। ଜନଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କେତନ ଖଣ୍ଡାୟତରାୟ, ତହସିଲଦାର ଇନ୍ଦିରା ସାହୁ,ସଦର ଵିଡିଓ ରାଜୀଵ ଲୋଚନ ପରିଡ଼ା, ଅତିରିକ୍ତ ତହସିଲଦାର ମିଲନ ଜୟସ୍ୱ।ଲ୍, ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ଵିମଳ ଚନ୍ଦ୍ର ଵାରିକ, କିଶନନଗର ଥାନାଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ସହିତ ଅନ୍ୟାନ୍ୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ପୂର୍ବରୁ ଉତ୍କଳ ଵିକାଶ ପରିଷଦ ପକ୍ଷରୁ ୫ ଦଫା ଦାବି ନେଇ ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଵା ଵେଳେ ଆଜି ପରିଷଦର କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ଆସି ସେହି ଦାଵିକୁ ଦୋହରାଇ ପୁନରାୟ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ।ଗତ ଶନିବାର ଦିନ ପାରାଵିଲ୍ ରାଜସ୍ୱ ମୈ।ଜାର ନୂତନ ସଂଶୋଧିତ ଜମି ପଟ୍ଟା ଵଣ୍ଟନ କରାଯାଇଥିଲା ଵେଳେ ଅଧାରୁ ଅଧିକ ଲୋକଙ୍କୁ ଦିଆ ଯାଇନଥିବା ଅଭିଯୋଗ ହୋଇଛି।ଏ ସମ୍ପର୍କରେ ଗ୍ରାମ କମିଟି ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଜନଶୁଣାଣୀରେ ଦୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ ରହିଯାଇଥିବା ଲୋକଙ୍କୁ ଗ୍ରାମରେ କ୍ୟାମ୍ପ କରି ପଟ୍ଟା ପ୍ରଦାନ କରିଵକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଖଣ୍ଡାୟତରାୟ ଅତିରିକ୍ତ ତହସିଲଦାର ଶ୍ରୀମତୀ ଜୟସ୍ୱ।ଲଙ୍କ ଜରିଆରେ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୯୬ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ନିର୍ଦ୍ଧିଷ୍ଟ ଵିଭାଗକୁ ତାହା ସୁପାରିଶ କରାଯାଇଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published.