Thursday , September 29 2022
Home / ରାଜନୀତି / କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟକ ଗସ୍ତକୁ ନେଇ ଵିଜେଡି ଵିଜେପି ରାଜନୀତି ସରଗରମ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟକ ଗସ୍ତକୁ ନେଇ ଵିଜେଡି ଵିଜେପି ରାଜନୀତି ସରଗରମ

କଟକ ସଦର,୦୭/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆସନ୍ତା କାଲି ସୋମବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟକ ଆଗମନକୁ ନେଇ ଉଭୟ ଵିଜେପି ଵିଜେଡି ମଧ୍ୟରେ ରାଜନୀତି ସରଗରମ ହୋଇଛି।ଉଭୟ ଦଳ ପକ୍ଷରୁ ଉତ୍ସାହ ଦେଖାଦେଇଥିବା ବେଳେ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି।ସହର ସାରା ଉଭୟ ଦଳର ପୋଷ୍ଟର,ଵ୍ୟାନର ଓ ହୋଡିଙ୍ଗ୍ ଛାଇ ହୋଇଯାଇଛି। ଅମିତ୍ ଶାହା ଆଜି ରବିବାର ରାତିରେ ଭୂଵନେଶ୍ୱରରେ ପହଞ୍ଚି ରାତ୍ରି ଯାପନ କରିବା ଏଵଂ ସୋମବାର ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାସ୍ତାରେ କଟକ ଅଭିମୁଖେ ଯିଵେ।କଟକ ଓଡ଼ିଆ ଵଜାରରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ସ୍ଥାନକୁ ଯାଇଁ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଦୈନିକ ଖବରକାଗଜ ‘ ପ୍ରଜାତନ୍ତ୍ର ‘ ର ୭୫ ତମ ବାର୍ଷିକ ଉତ୍ସବ ଓ ‘ ପ୍ରଜାତନ୍ତ୍ର ‘ ର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଵେ ଵୋଲି ଜଣାପଡିଛି।ଏହି କାର୍ଯ୍ୟକ୍ରମରେ ମଧ୍ୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଵାକୁ ଆକାଶମାର୍ଗରେ ଆସି ହେଲି ପ୍ୟାଡରୁ ଇଣ୍ଡୋର ଷ୍ଟାଡିୟମ ଯିଵେ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଵେ ଵୋଲି ଜଣାଯାଇଛି। ଉଭୟ ନେତାଙ୍କୁ କଟକରେ ଭଵ୍ୟ ସ୍ୱାଗତ କରାଯିବା ପାଇଁ ଉଭୟ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.