Thursday , September 29 2022
Home / ଶିକ୍ଷା / କଟକ ସଦର ବ୍ଲକ୍ ଶିକ୍ଷା ବିଭାଗରେ ଦୁଇଟି ବିଦ୍ୟାଳୟରେ ଛାତ୍ରଛାତ୍ରୀ କମ୍ ଶିକ୍ଷକ ଶିକ୍ଷୟତ୍ରୀ ଵେସି, ବିଦ୍ୟାଳୟ ମିଶ୍ରଣକୁ ଅଣଦେଖା

କଟକ ସଦର ବ୍ଲକ୍ ଶିକ୍ଷା ବିଭାଗରେ ଦୁଇଟି ବିଦ୍ୟାଳୟରେ ଛାତ୍ରଛାତ୍ରୀ କମ୍ ଶିକ୍ଷକ ଶିକ୍ଷୟତ୍ରୀ ଵେସି, ବିଦ୍ୟାଳୟ ମିଶ୍ରଣକୁ ଅଣଦେଖା

କଟକ ସଦର,୦୭/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କମ୍ ଛାତ୍ରଛାତ୍ରୀ ଥିଵା ଵିଦ୍ୟାଳୟ ଗୁଡିକୁ ଵନ୍ଦ କରାଯାଇ ରାଜ୍ୟର ଅନେକ ସ୍କୁଲକୁ ନିକଟସ୍ଥ ସ୍କୁଲରେ ଆବଶ୍ୟକତା ଦୃଷ୍ଟିରୁ ମିଶାଇ ଦିଆଯାଇଥିବା ବେଳେ କଟକ ସଦର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଧିନରେ ଥିଵା ଦୁଇଟି ସ୍କୁଲ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ନା ଅଣଦେଖା କରାଯାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏଥିରେ ଅରିଲୋ ପଞ୍ଚାୟତର ସରକାରୀ ଅରିଲୋ ପ୍ରକଳ୍ପ ବିଦ୍ୟାଳୟରେ ମାତ୍ର ୧୩ ପିଲା ଅଧ୍ୟୟନ କରୁଥିବା ବେଳେ ଦୁଇ ଜଣ ଶିକ୍ଷୟତ୍ରୀ ଶିକ୍ଷା ଦାନ ପାଇଁ ନିୟୋଜିତ ଅଛନ୍ତି।ଏହି ଖଵର ଗତ ଶୁକ୍ରବାର ‘ ଓଡ଼ିଶା ସମାଚାର’ ରେ ପ୍ରକାଶ ପାଇବା ପରେ ଏହି ବ୍ୟବସ୍ଥାରେ ଚାଲିଥିବା ପ୍ରହରାଜପୁର ପଞ୍ଚାୟତର ସରକାରୀ ଦକ୍ଷିଣସାଇଲୋ ପ୍ରକଳ୍ପ ବିଦ୍ୟାଳୟ ନଜରକୁ ଆସିଛି।ଏଠାରେ ସେହିପରି ୧୧ ଜଣ ପିଲା ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ପାଇଁ ଦୁଇ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ବିଭିନ୍ନ ସ୍କୁଲରେ ଶିକ୍ଷକ ଅଭାବ ପାଇଁ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ବେଳେ ଏହି ଦୁଇ କମ୍ ପିଲା ଥିବା ସ୍କୁଲରେ ଅଧିକ ଶିକ୍ଷକ/ ଶିକ୍ଷୟତ୍ରୀ ରହିଵା ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠିଛି। ସେଥିରେ ୨୦ ରୁ କମ୍ ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶାଯିଵା ସରକାରଙ୍କ ନିଷ୍ପତ୍ତିକୁ ଅଣଦେଖା କରିଵା କାହା ସ୍ୱାର୍ଥରେ ଵୋଲି ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିଵାକୁ ସାଧାରଣରେ ଦାବି ହେଉଛି  । ଓଡିଶା ସମାଚାର

Leave a Reply

Your email address will not be published.