Thursday , August 18 2022
Breaking News
Home / ବିଶେଷ / ୪୨ ମୌଜା ତ୍ରିରଙ୍ଗା ଯାତ୍ରାର ମଙ୍ଗ ଧରିଲେ ବିଶିଷ୍ଟ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି

୪୨ ମୌଜା ତ୍ରିରଙ୍ଗା ଯାତ୍ରାର ମଙ୍ଗ ଧରିଲେ ବିଶିଷ୍ଟ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି

କଟକ,୦୬/୦୮/୨୦୨୨(ଓଡ଼ିଶା ସମାଚାର) : ସ୍ଵତନ୍ତ୍ରତା ଅମୃତ ମହୋତ୍ସବ ୪୨ମୌଜାରେ ତ୍ରିରଙ୍ଗା ଯାତ୍ରା  ଆସନ୍ତା ୧୪ ଅଗଷ୍ଟ ଦିନ ସକାଳ‌ ୧୦ ଟାରେ  ଏକ ତ୍ରିରଙ୍ଗା ଯାତ୍ରା କଟକ ସଦର ୪୨ ମୌଜା ଝିଙ୍କିରିଆ ରଣାଷଣ୍ଢ ମନ୍ଦିରରୁ ବାହାରି ନୀଳକଣ୍ଠ ପୀଠ ବରାଳରେ ପହଞ୍ଚିବ । ଏହି କାର୍ଯ୍ୟକ୍ରମ ଭାରତର ୭୫ତମ ସ୍ଵାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସ୍ଵତନ୍ତ୍ରତାର ଅମୃତ ମହୋତ୍ସବ ସମାରୋହ ସମିତି,୪୨ ମୌଜାର କାର୍ଯ୍ୟକାରିଣୀ କମିଟି ସଭାପତି ଶ୍ରୀଯୁକ୍ତ ନାରାୟଣ ମହାନ୍ତି ଓ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ରାଷ୍ଟ୍ରୀୟ ଏକତା ଓ ଉତ୍ତମ ନାଗରିକତ୍ବ ନିର୍ମାଣ। ଏହି ତ୍ରିରଙ୍ଗା ଯାତ୍ରାରେ ବହୁ ପ୍ରତିଭାବାନ ବ୍ୟକ୍ତି ଓ ପୂର୍ବ ସୈନିକ ଯୋଗଦାନ କରିବେ। ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ସଭା  ଗୃହରେ ଅନୁଷ୍ଠିତ ବୈଠକରେ ସମିତିର  ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ଦେବତା, ସର୍ବ ବ୍ୟବସ୍ଥା ପ୍ରମୂଖ ଅଶିମ ଦାସ,ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ଆଚାର୍ଯ୍ୟ, ଅଭ୍ୟର୍ଥନା କମିଟି ପ୍ରମୁଖ,ଦେବେନ୍ଦ୍ର ସ୍ବାଇଁ, ମହିଳା ପ୍ରମୁଖ ଜୟନ୍ତୀ ସାହୁ,ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଆର୍ତ୍ତ ଭଞ୍ଜନ ମହାପାତ୍ର,ଗାନ୍ଧୀ ଗିରୁ ଦାସ,ଅନୀଲ ମହାପାତ୍ର, ଅଜୟ ନାୟକ,ସାଗର ବେହେରା,ଆମର ଦାଶ, ସୁରେଶ ପ୍ରଧାନ, ସୁଜିତ ଦାସ ଏବଂ କୃଷକ ଓ ଶ୍ରମିକ ନେତା ଦେବୀପ୍ରସାଦ ପତି,ଅମର ଦାଶ ଯୋଗଦେଇଥିଲେ । ବିଶେଷ କରି ଯୁବକ, ଯୁବତୀ,ଛାତ୍ର,ଛାତ୍ରୀ ମାନେ ଯୋଗଦେବାକୁ ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.