Friday , August 12 2022
Breaking News
Home / ସ୍ୱାସ୍ଥ୍ୟ / ଯପକୁଦ ଠାରେ ଚକ୍ଷୁ ଚିକିତ୍ସା ଶିବିର

ଯପକୁଦ ଠାରେ ଚକ୍ଷୁ ଚିକିତ୍ସା ଶିବିର

ସାଲେପୁର, ୦୬/୦୮/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ସାଲେପୁର ବ୍ଲକ ଯପକୁଦ ଠାରେ ଜେ ପି ଏମ ରୋଟାରୀ  ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ମା ହେଲଥ କେୟାର ଓ ଲକି ଡାଇଗ୍ନୋସ୍ଟିକ ସହଯୋଗ ରେ ଏକ ଦିନିକିଆ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି  ।  ଏହି ଶିବିର ଜଗନ୍ନାଥ ମାର୍କେଟ କମ୍ପ୍ଲେକ୍ସଠାରେ ବିକାଶ ମିଶ୍ର ଙ୍କ ସଂଯୋଜନା ଅନୁଷ୍ଠିତ ହୋଇଥିଲା । କଟକ ରୋଟାରୀ ହସ୍ପିଟାଲ ର ବିଶେଷଜ୍ଞ ଡାକ୍ତର ଶଶିକାନ୍ତ ଦାଶ, ପ୍ରମିଳା ରାଉତ, ନନ୍ଦିନୀ ନାୟକ, ପରେଶ ସାହୁ ମାଗଣା ଔଷଧ ବିତରଣ କରିଥିଲେ  । ଏହି କାର୍ୟ୍ୟକ୍ରମ କୁ ମା ହେଲଥ କେୟାର ପ୍ରତିଷ୍ଠାତା  ବିକାଶ ମିଶ୍ର, ରୋଟାରୀ କ୍ଳବ ଅଫ ବିରୂପା ର ବିଶ୍ୱରଂଜନ ସାହୁ ଏହାକୁ ପରିଚାଳନା କରିଥିଲେ  । ବିଚିତ୍ର ପ୍ରହରାଜ, ସୁନନ୍ଦା ମିଶ୍ର, ପ୍ରଭାତ ବେହେରା, ନଳିନୀ କାନ୍ତ ପରିଜା, ହରପ୍ରିୟା ଶତପଥୀ, ଭାନୁସଙ୍କର ବେହେରା, ଧନଞ୍ଜୟ ପତ୍ର, କାଦମ୍ବିନୀ ବେହେରା, ପ୍ରଶାନ୍ତ ମହାନ୍ତି , ଦେବେନ୍ଦ୍ର ଜେନା, ଚନ୍ଦ୍ର ଶେଖର ମହାନ୍ତି ପ୍ରମୁଖ ଶିବିର ପରିଚାଳନା କରିଥିଲେ  ।  ଆଖପାଖ ଅଞ୍ଚଳ ର ବହୁ ଲୋକ ସେମାନଙ୍କର ଚକ୍ଷୁ  ପରୀକ୍ଷା କରାଇଥିଲେ । ଓଡ଼ିଶା ସମାଚାର

About admin

Check Also

ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ …

Leave a Reply

Your email address will not be published.