ଭୁବନେଶ୍ୱର, ୦୬ /୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିବେ। ସକାଳ ୧୦ଟା ୧୫ରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଅଭିମୁଖେ ବାହାରିବେ । ଅପରାହ୍ନରେ ଆଜାଦି କି ମହୋତ୍ସବ କାର୍ଯ୍ୟକ୍ରମ ରେ ଯୋଗ ଦେବେ। ସେହିପରି ରବିବାର ୯ ଟା ୪୫ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗ ଦେବେ। ରାଜ୍ୟକୁ ଫୋକସ ଷ୍ଟେଟର ମାନ୍ୟତା , କୋଇଲା ରୟାଲିଟି ବୃଦ୍ଧି, କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ରୀୟ ଅଂଶ କମାଇବା ଭଳି ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଉଠାଇ ପାରନ୍ତି । ଏହାପରେ ସୋମବାର ଦିନ ସକାଳେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର
