ନିରାକାରପୁର, ୦୬/୦୮/୨୦୨୨(ଓଡ଼ିଶା ସମାଚାର)- ରୁରାଲ ହେଲ୍ଥ୍ ପ୍ରଶିକ୍ଷଣ କେନ୍ଦ୍ର ଟାଙ୍ଗି ଏବଂ ଏମସ ହପ୍ପିଟାଲ ମିଳିତ ଆନୁକୂଲ୍ୟରେ ଟାଙ୍ଗିବ୍ଲକ ଓଳସିଂହ ଗ୍ରାମପଂଚାୟତ ରାଜିବଗାନ୍ଧୀ ସେବାକେନ୍ଦ୍ର ସମ୍ମିଳନୀ କକ୍ଷରେ ଏକ ବିଶ୍ୱସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ମେଡିକୋ ସୋସିଆଲ ଓା୍ୱର୍କର ଅନୁପମା ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଳସିଂହ ଗ୍ରାମପଂଚାୟତ ସରପଂଚ ଶୁଭଦର୍ଶିନୀ ଭୋଳ,ଛଣଗିରି ଗ୍ରାମପଂଚାୟତ ସରପଂଚ ପୁର୍ଣ୍ଣିମା ମହାପାତ୍ର,ଏମସ ଆସୋସିଏଟ ପ୍ରଫେସର ଡ.ଅରବିନ୍ଦ କୁମାର ସିଙ୍ଗି୍,ଡ.ମନିଶା ତିୱାଡି,ଡ.ଅଭିଶେଖ ମିଶ ପ୍ରମୁଖ ଯୋଗଦେଇ ସ୍ତନ୍ୟପାନ ସପ୍ତହର ଉପକାରିତା ବିଷୟ ଉପରେ ଆଲୋକପାତ କରିଥିଲେ । ମା କ୍ଷୀର ଶିଶୁପାଇଁ ଅମୃତ ସମାନ । ଏଥିରେ ଶିଶୁପାଇଁ ଆବଶ୍ୟକୀୟ ବିଭିନ୍ନ ପ୍ରକାର ଭିଟାମିନ୍ ଏବଂ ପୋଷକ ତତ୍ୱର ଭରପୁର ଥାଏ । ମା କ୍ଷୀରରେ ୮୭ଭାଗ ଜଳ ଶତକତା ୧ଭାଗ ପ୍ରୋଟିନ୍ ଶତକଡା ୪ଭାଗ ଲିପିଡ୍,ଏବଂ ୭ଭାଗ ଶ୍ୱେତସାର ଥାଏ । ଏହାହାଦ୍ ଏଥିରେ କ୍ୟାଲସିୟମ,ପୋଟାସିଏମ୍,ମ୍ୟାଗ୍ନେସିୟମ ଆଦି ଧାତବ ଲବଣ ଭରପୁର ଥାଏ । ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ମା ଏବଂ ଶିଶୁମାନଙ୍କ ମଧ୍ୟରେ ଭାବନାତ୍ମକ ଆବେଗ ବୃଦ୍ଧି କରିଥାଏ ବୋଲି ଡ.ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷ ବିଶ୍ୱସ୍ତନ୍ୟ ପାନର ବର୍ତା ରହିଛି ଶିକ୍ଷା ଏବଂ ସହାୟତା ଦେଇ ସ୍ତନ୍ୟପାନକୁ ବଢାଇବା । ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ସ୍ତନ୍ୟପାନ ଉପରେ ଏକ ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏମସ କନିଷ୍ଠ ଡାକ୍ତର ଓ କର୍ମକର୍ତା ମାନେ ସହଯୋଗ କରିଥିବା ବେଳେ ଛଣଗିରି ଓ ଓଳସିଂହ ଗ୍ରାମପଂଚାୟତର ମହିଳା ପ୍ରତିନିଧି ଆଶାକର୍ମୀ ଅଙ୍ଗନଓା୍ୱର୍ଡି କର୍ମୀ ଅଶଂ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର