Friday , August 12 2022
Breaking News
Home / ବିଶେଷ / ମାସିକ ଋତୁଶ୍ରାବ ଏବଂ ମହିଳାଙ୍କ କଲ୍ୟାଣ ସମ୍ବନ୍ଧରେ ଆଇନଗତ ସଚେତନତା କାର୍ଯ୍ୟକ୍ରମ

ମାସିକ ଋତୁଶ୍ରାବ ଏବଂ ମହିଳାଙ୍କ କଲ୍ୟାଣ ସମ୍ବନ୍ଧରେ ଆଇନଗତ ସଚେତନତା କାର୍ଯ୍ୟକ୍ରମ

ନିରାକାରପୁର, ୦୬/୦୮/୨୦୨୨(ଓଡ଼ିଶା ସମାଚାର)- ବ୍ୟଙ୍ଗ ନାଟକ ଓ ଉପସ୍ଥାପନା ମାଧ୍ୟମରେ ଋତୁଶ୍ରାବ ସ୍ୱଚ୍ଛତା ଏବଂ ମହିଳାଙ୍କ କଲ୍ୟାଣ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଜାତୀୟ ନ୍ୟାୟ ବିଭାଗ, କଟକ, ଓଡିଶା (ଏନଏଲୟୁଓ), ଆଇନ ବିଭାଗ ପ୍ରୋ ବୋନୋ କ୍ଲବ ଏବଂ ମିଡିଏସନ୍ ଓ ନେଗୋସିଏସନ୍ କେନ୍ଦ୍ରର ମିଳିତ ସହଯୋଗରେ ଦିଶା ଯୋଜନା ଅଧିନରେ ଏକ ମେଗା ଆଇନ ସଚେତନତା କାର୍ଯ୍ୟକ୍ରମ ଏବଂ ମିଡିଏସନ୍ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା, ଜଙ୍କିଆ ସ୍ଥିତ ଏନଏଲୟୁଓର ନିଜସ୍ୱ ଆଇନ ସହାୟତା କ୍ଲିନିକ୍ ରେ ଅନୁଷ୍ଠିତ ହୋଇଥିଲା । ଏନଏଲୟୁର ଅଧ୍ୟାପକ ପରାମର୍ଶଦାତା ଡ. କୁନ୍ତିରାନୀ ପଧାନ୍, ଶ୍ରୀମତୀ ନିକିତା ପଟ୍ଟାଜୋସି ଏବଂ ଅକ୍ଷୟ ବର୍ମାଙ୍କ ନେତୃତ୍ୱରେ ଏନଏଲୟୁର ଲିିଗାଲ୍ ଏଡ୍ ସୋସାଇଟିର ୨୩ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଗେଇ ଆସିଥିଲେ ଏବଂ ଉପସ୍ଥିତ ସମସ୍ତ ଲୋକଙ୍କୁ ମାଗଣା ସାନିଟାରୀ ନାପକିନ୍ ବଂଟନ କରିଥିଲେ । ମିଡିଏସନ୍ ଶିବିରର ଅଂଶ ଭାବରେ, ଛାତ୍ରଛାତ୍ରୀମାନଙ୍କ ଏକ ଗୋଷ୍ଠୀ ଉପସ୍ଥିତ ଲୋକଙ୍କୁ ମିଡିଏସନ ର ଗୁରୁତ୍ୱ ଏବଂ ସମସ୍ୟାର ସମାଧାନ ଉପରେ ଏକ ବ୍ୟାଙ୍ଗ ନାଟକ ପ୍ରଦର୍ଶନ କରିଥିଲେ । ଏହାପରେ ମାତୃତ୍ୱ ଲାଭ (ସଂଶୋଧନ) ଅଧିନିୟମ, ୨୦୧୭ରେ ହୋଇଥିବା ପରିବର୍ତନ ଏବଂ ମହିଳାମାନେ କିପରି ଉପକୃତ ହୋଇଥିବା ସେ ସମ୍ବନ୍ଧରେ ଏକ ଉପସ୍ଥାପନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତିରାଜ୍ ଅନୁଷ୍ଠାନ (ପିଆରଆଇ) ର ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଏବଂ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ ଏବଂ ପ୍ରଶ୍ନ ଉତର ଅଧିବେଶନରେ ମିଡିଏସନର ର ବିଶେଷ୍ୟତା ସମ୍ବନ୍ଧରେ ଉପସ୍ଥିତ ଲୋକଙ୍କ ସହ ଆଲୋଚନା କରାଯାଇଥିଲା । ସୂଚନା ଥାଉକି ଯେ, ଭୁବନେଶ୍ୱର ଅବସ୍ଥିତ ସ୍ୟାଡୋ ଆଡଭାଟାଇଜିଂ ଆଣ୍ଡ କମୁ୍ୟନିକେଶନ ପ୍ରାଇଭେଟ୍ ଲିମିଟେଡ୍ ଏହି ସଚେତନତା କାର୍ଯ୍ୟକ୍ରମର କାର୍ଯ୍ୟକାରୀ ସହଭାଗୀ ଭାବେ କାର୍ଯ୍ୟ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗଣେଶ୍ୱରଙ୍କ ଅକାଳ ମୃତୁ୍ୟରେ ଶୋକାକୁଳ ହୋଇପଡିଛି ଗ୍ରାମ

କେନ୍ଦ୍ରାପଡ଼ା, ୧୨/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତଗାଙ୍ଗପଡା ଗ୍ରାମପଂଚାୟତର ଗୋଗୁଆ ଗ୍ରାମର ଗଣେଶ୍ୱର ଓଝାଙ୍କର ୪୭ବର୍ଷ ବୟସରେ ଅକାଳ ମୃତୁ୍ୟ ହୋଇଯାଇଛି …

Leave a Reply

Your email address will not be published.