Thursday , August 18 2022
Breaking News
Home / କୃଷି / ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ଶପଥ ଗ୍ରହଣ ଉତ୍ସବ

ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ଶପଥ ଗ୍ରହଣ ଉତ୍ସବ

କେନ୍ଦ୍ରାପଡ଼ା,୦୬ /୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିର ନବନିର୍ବାଚିତ ସଭାପତି ଓ ସମସ୍ତ ନିର୍ଦ୍ଦେଶକ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ସମିତିର ସଭାପତି ବସନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ରାପଡ଼ା ସମବାୟ ସମିତି ସମୂହର ନିବନ୍ଧକ ସନ୍ତୋଷ ଦାସ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡ଼ା ଶାଖା ପରିଚାଳକ ତାପସ ପ୍ରସାଦ ସିଂ, କୋ-ଅପରେଟିଭ ଇନ୍ସପେକ୍ଟର ସଚ୍ଚିଚ୍ଚିଦାନନ୍ଦ ଜେନା ପ୍ରମୁଖ ଯୋଗଦେଇ ଉପସ୍ଥିତ ନିର୍ଦ୍ଦେଶକଙ୍କୁ ସମିତିର ମୂଳ ଲକ୍ଷ୍ୟ, କାର୍ଯ୍ୟକ୍ରମ, ଋଣ ପ୍ରଦାନ, ବକେୟା ଋଣ ଆଦାୟ ପ୍ରଭୃତି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ। ବୈଠକରେ ନବନିର୍ବାଚିତ ସଭାପତି ଶ୍ରୀ ରାଉତଙ୍କ ସମେତ ନିର୍ଦ୍ଦେଶକ ଅକ୍ଷୟ କୁମାର ମନ୍ତ୍ରୀ, ଶାରଦା ପ୍ରସନ୍ନ ରାଉତ, ପ୍ରସନ୍ନ କୁମାର ମଲିକ, ଶ୍ରୀଧର ସାମଲ, ଗୌରାଙ୍ଗ ଚରଣ ଲେଙ୍କା, ଅଗସ୍ତୀ ସେଣ, ଜ୍ଞାନରଞ୍ଜନ ରାଉତ, ସନ୍ତୋଷ କୁମାର ଦାସ, କିଶୋର କୁମାର ଜେନା, ବିଶ୍ୱଜିତ ସାମଲ, ମନୋରମା ସ୍ୱାଇଁ, ଅର୍ଚ୍ଚନା ନାୟକ, ତୁଳସୀ ସେଠୀ ପ୍ରମୁଖ ଉପସ୍ଥିତ ରହି ଶପଥ ପାଠ କରିଥିଲେ। ଶେଷରେ ସମିତିର ସମ୍ପାଦକ ସୁବୋଧ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ ସମିତି ସଭାପତି ଶ୍ରୀ ରାଉତଙ୍କ ସମେତ ସମସ୍ତ ନିର୍ଦ୍ଦେଶକ ଓ ସମବାୟ ସମିତିର ନିବନ୍ଧକ, କୋ-ଅପରେଟିଭ ଇନ୍ସପେକ୍ଟର ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସମିତିର କର୍ମଚାରୀ ଜଗନ୍ନାଥ ସେଣ, ଶାରଦା ପ୍ରସାଦ ରାଉତ, ସ୍ମୃତିପ୍ରିୟଦର୍ଶିନୀ ଦାସ ପ୍ରମୁଖ ସହଯୋଗ କରିଥିଲେ। ଓଡ଼ିଶା ସମାଚାର

About admin

Check Also

ଓସ୍ତପୁର ପ୍ରାଥମିକ ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୨(ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ …

Leave a Reply

Your email address will not be published.