Friday , August 19 2022
Breaking News
Home / ବିଶେଷ / ବଦଳିବ ଚାନ୍ଦୋଳ ବଜାରର ଚିତ୍ର –  

ବଦଳିବ ଚାନ୍ଦୋଳ ବଜାରର ଚିତ୍ର –  

କେନ୍ଦ୍ରାପଡ଼ା,୦୬ /୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ବଜାରର ଅନେକ ଦିନର ଦାବି ପୂରଣ ହେବାକୁ ଯାଉଛି। ବଜାରରେ ରହିଥିବା ବିଭିନ୍ନ ସମସ୍ୟା ଦୂର ହେବାକୁ ବିଧାୟିକାଙ୍କ ପକ୍ଷରୁ ମୋହର ମରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରବେଶ ପଥ ତଥା ପାଟକୁରା ନିର୍ବାଚନ ମଣ୍ଡଳୀର ସବୁଠାରୁ ବଡ଼ ବଜାର ଚାନ୍ଦୋଳ ବଜାର। ଏହି ବଜାର ୪୫୦ରୁ ଊର୍ଦ୍ଧ୍ବ ବ୍ୟବସାୟୀଙ୍କୁ ନେଇ ଗଠିତ। ଦୈନନ୍ଦିନ ଆଖପାଖ ୧୦ ଖଣ୍ଡ ପଞ୍ଚାୟତର ଲୋକ ଏହି ବଜାର ଉପରେ ନିର୍ଭର କରନ୍ତି। ଯାତ୍ରୀବାହୀ ବସ୍ ର ପାସେଞ୍ଜର ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଯାତ୍ରୀ ବିଶ୍ରାମାଗାର ଓ ଶୌଚାଳୟ ନ ଥିବାରୁ ଏମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେପଟେ କେନ୍ଦ୍ରାପଡ଼ା ଓ ପଡୋଶୀ ଜିଲ୍ଲା କଟକର ଅନେକ ବଜାର ଆଲୋକୀକରଣ ହୋଇଥିବାବେଳେ ଚାନ୍ଦୋଳ ବଜାର ଏଥିରୁ ବାଦ୍ ପଡ଼ିଥିଲା। ଏ ନେଇ ବଜାର କମିଟି କର୍ମକର୍ତ୍ତାଙ୍କ ସହ ପାଟକୁରା ବିଧାୟିକାଙ୍କ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ପ୍ରସ୍ତାବିତ ସମସ୍ତ ଦାବି ଖୁବଶୀଘ୍ର ପୂରଣ ନେଇ ବିଧାୟିକା ସାବିତ୍ରୀ ଅଗ୍ରୱାଲ ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବରୁ ସ୍ଥିର କରାଯାଇଥିବା ସରକାରୀ ଜମିରେ ଏହି ପ୍ରକଳ୍ପକୁ ଆରମ୍ଭ କରାଯିବ ଓ ଚାନ୍ଦୋଳ ବଜାରରୁ କାକତିଆ ପର୍ଯ୍ୟନ୍ତ ଆଲୋକୀକରଣ ପାଇଁ ଏମଏଲଏ ପାଣ୍ଠିରୁ ୪୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଗକୁ ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ସମସ୍ତ ଉନ୍ନତିମୂଳକ କାର୍ଯ୍ୟକୁ ଆଗେଇ ନିଆଯିବାକୁ ପ୍ରତିଶ୍ରୁତି ମିଳିଛି। ବିଧାୟିକାଙ୍କ ଏହି ଆଲୋଚନାରେ ପ୍ରତିନିଧି ସଞ୍ଜୟ ଅଗ୍ରୱାଲଙ୍କ ସହ କମିଟି ପକ୍ଷରୁ ସଭାପତି ଶିବାଶିଷ ମହାନ୍ତି, କୋଷାଧ୍ୟକ୍ଷ ବିଶ୍ୱମୋହନ ଦାସ, ଯୁଗ୍ମ ସମ୍ପାଦକ ମିହିର କୁମାର ସାମଲ ଓ ମୁକୁନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଯୋଗାନନ୍ଦ ମହାନ୍ତି ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.