Friday , August 12 2022
Breaking News
Home / ବିଶେଷ / ବଜ୍ରାଘାତରେ  ଚାଷୀ ଗୁରୁତର ଆହତ

ବଜ୍ରାଘାତରେ  ଚାଷୀ ଗୁରୁତର ଆହତ

 ନିରାକାରପୁର,୦୬/୦୮/୨୦୨୨(ଓଡ଼ିଶା ସମାଚାର)-ବିଜୁଳି ଘଡଘଡିରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି।ଗୁରୁତର ଆହତ ଚାଷୀ ଜଣଙ୍କ ନିରାକାରପୁର ଥାନା ଡିଆ ଗ୍ରାମପଞ୍ଚାୟତ କାଶିପୁର ଗ୍ରାମର ଦିବାକର ପରିଡା ୪୦ବର୍ଷ।ଦିବାକର ବିଲରେ କାମ କରୁଥିବା ବେଳେ ବିଜୁଳି ଘଡଘଡିରେ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି।ଆଜି ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ହୋଇଥିଲା ବେଳେ ଦିବାକର ବିଜୁଳି ଘଡଘଡି ଆଘାତ ଲାଗି ଗୁରୁତର ହୋଇଛନ୍ତି।ଗୁରୁତର ହୋଇ ବିଲରେ ଦୀର୍ଘ ସମୟ ପଡିବା ପରେ ସ୍ଥାନୀୟ କାଶିପୁର ଗ୍ରାମବାସୀ ଓ ସରପଂଚ ପ୍ରଶାନ୍ତ କୁମାର  ବେହେରା ଙ୍କ ସହଯୋଗ ରେ  ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇଛନ୍ତି।ଚାଷୀ ଜଣଙ୍କର ଅଵସ୍ଥା ସଂକଟାପନ୍ନ ଅଛି।  ତାଙ୍କୁ ଭୁବେଶ୍ବରସ୍ଥିତ ଏମ୍ସ  ହସ୍ପିଟାଲରେ ଚିକିତ୍ସିତ କରାଯାଉଛି। ଓଡ଼ିଶା ସମାଚାର

About admin

Check Also

ଗଙ୍ଗାଧର ଓଡ଼ିଶାର କାଳିଦାସ – ଉତ୍କଳ ସମ୍ମିନଳନୀ

(ମେହେର ଜୟନ୍ତୀ ପାଳନ) ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର …

Leave a Reply

Your email address will not be published.