ଗରଦପୁର, ୦୬/୦୮/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଫଜଲହକ୍ ସରକାରୀ ହାଇସ୍କୁଲ ପୁରାତନ ବିଦ୍ୟାର୍ଥି ପରିଷଦ କାର୍ଯ୍ୟକାରୀ କମିଟିର ବୈଠକ ଶନିବାର ଦିନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରାତନ ବିଦ୍ୟାର୍ଥି ପରିଷଦର ଉପସଭାପତି ଗୌର ଚନ୍ଦ୍ର ଦାସ ସଭାପତିତ୍ୱ କରିଥିଲେ । ପରିଷଦର ଉପଦେଷ୍ଟା ଡ଼କ୍ଟର ଅମରେନ୍ଦ୍ରନାଥ ମହାନ୍ତି, ଡ଼କ୍ଟର ଅବ୍ଦୁଲ ହଲିମ, ପ୍ରଫେସର ଦେବକୀ ନନ୍ଦନ ମହାନ୍ତି, ଦୀପ୍ତିରଂଜନ କାନୁନଗୋ,ଡ଼କ୍ଟର ଲିଙ୍ଗରାଜ ରଣା, ନୃସିଂହ ପ୍ରସାଦ ଦାସ, ରବିନ୍ଦ୍ରନାଥ ମହାନ୍ତି, ନୟନ କିଶୋର ମହାନ୍ତି, ଆଡ଼ଭୋକେଟ ହୃଦୟନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ବୈଠକରେ ପରିଷଦର ସାଧାରଣ ସମ୍ପାଦକ ପ୍ରଫେସର ଡ଼କ୍ଟର ସରୋଜ କୁମାର ମହାନ୍ତି ବୈଠକ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସାଧାରଣ ସମ୍ପାଦକଙ୍କ ଅନୁରୋଧ କ୍ରମେ ପ୍ରଫେସର ଦେବକୀ ନନ୍ଦନ ମହାନ୍ତି ୩ ବର୍ଷର ଜମା ଖର୍ଚ୍ଚ ର ହିସାବ ଫର୍ଦ୍ଧ ପଢ଼ି ଶୁଣାଇଦେଇଥିଲେ । ଆଲୋଚନା ପରେ ଏହାକୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରିନିଆଯାଇଥିଲା । ପ୍ରତି ମାସରେ ଥରେ ପରିଷଦ ପକ୍ଷରୁ ସ୍କୁଲ ର ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପାଇଁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଛି । ପରିଷଦ ସଦସ୍ୟ ଡ଼ାକ୍ତର ଅବ୍ଦୁଲ ହଲିମ ଓ ଡ଼ାକ୍ତର ମିରଜା ନଇମ ଅଲିବେଗ ଙ୍କୁ ଏଥିପାଇଁ ପରିଷଦ ପକ୍ଷରୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ପରିଷଦର ପରବର୍ତି କର୍ମକର୍ତା ବିର୍ବାଚନ ପାଇଁ ପରିଷଦର ସଦସ୍ୟ ଆଡ଼ଭୋକେଟ ହୃଦୟନିଧି ମହାନ୍ତି ଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚନ ଅଧିକାରୀ ମନୋନୀତ କରାଯାଇଥିଲା । ଡ଼ାକ୍ତର ଅବ୍ଦୁଲ ହଲିମ ,କୈଳାଶ ସ୍ୱାଇଁ ଓ ନୃସିଂହ ବେହେରା ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିର୍ବାଚନ ଅଧିକାରୀ ଆଡ଼ଭୋକେଟ ଶ୍ରୀ ମହାନ୍ତିଙ୍କୁ ସମସ୍ତ ସହଯୋଗ କରିବା ପାଇଁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଥିଲା । ଓଡ଼ିଶା ସମାଚାର