Friday , August 12 2022
Breaking News
Home / ବିଶେଷ / ଜାତୀୟ ସଂସ୍ଥାର ବିପୁଳ କ୍ଷତି କରୁଛନ୍ତି ଅପରାଧିକ ଓ ବ୍ୟବସାୟିକ ସିଣ୍ଡିକେଟ୍ ସଦସ୍ୟ –

ଜାତୀୟ ସଂସ୍ଥାର ବିପୁଳ କ୍ଷତି କରୁଛନ୍ତି ଅପରାଧିକ ଓ ବ୍ୟବସାୟିକ ସିଣ୍ଡିକେଟ୍ ସଦସ୍ୟ –

ସିବିଆଇ ତଦନ୍ତ ଦାବି କଲା ଆମ କୁଜଙ୍ଗ ଆମ ପରାଦୀପ ସଙ୍ଗଠନ
ପାରାଦୀପ,୦୬/୦୮/୨୦୨୨(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ଦୀର୍ଘ ବର୍ଷ ଧରି ଦେଶର ପ୍ରମୁଖ ବନ୍ଦର ଭାବେ ପ୍ରତିଷ୍ଠା ଲାଭ କରି ପାରିଛି । ବନ୍ଦରକୁ ଯେଉଁ ଭଳି ଲାଭ ମିଳିବା କଥା ତାହା ମିଳି ପାରୁନାହିଁ । ଏହା ପଛରେ ଗତ ୨୦ ବର୍ଷ ଧରି ଗୋଟେ ସୁଚିନ୍ତିତ ଅପରାଧିକ ଓ ବ୍ୟବସାୟିକ ସିଣ୍ଡିକେଟ୍ କାମ କରୁଛି । ଏହି ସିଣ୍ଡିକେଟ୍ ର ମୁଖ୍ୟ ଉଦ୍ଧେଶ୍ୟ ହେଲା ଜାତୀୟ ସଂସ୍ଥାର ବିପୁଳ କ୍ଷତି କରାଇ ନିଜେ କୋଟି କୋଟି ଟଙ୍କା ରୋଜଗାର କରିବା ବୋଲି ଅଭିଯୋଗ କରିଛି ଆମ କୁଜଙ୍ଗ ଆମ ପାରାଦୀପ ସଙ୍ଗଠନ । ଶନିବାର ଦିନ ଅପରାହ୍ନରେ ପାରାଦୀପର ଏକ ହୋଟେଲ୍ ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସଙ୍ଗଠନର ସଭାପତି ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ । ୨୦୧୬ ମସିହାରରେ ଷ୍ଟିଭେଡୋର୍ସ ବିବାଦ ସମୟରେ ଷଡଯନ୍ତ୍ର କରି ଜୋର୍ ଜବରଦସ୍ତ ପାରାଦୀପ ବନ୍ଦରର କାର୍ଯ୍ୟକୁ ୫ ଦିନ ବନ୍ଦ କରି ଦିଆଯାଇଥିଲା । ଫଳରେ ବନ୍ଦରର କୋଟି କୋଟି ଟଙ୍କା କ୍ଷତି ହୋଇଥିଲା । ପାରାଦୀପ ବନ୍ଦର ଇଂଟ୍ରା ପୋର୍ଟ ଡ଼ମ୍ଫର ଡ୍ରାଇଭର ଓ ହେଲପର ସଂଘର ସଭାପତି ଥିଲେ ବାପି ସାର୍ଖେଲ୍ । ତାଙ୍କରି ଇଙ୍ଗିତରେ ବନ୍ଦର ଭିତରେ ମାଲ ପରିବହନ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଥିଲା । ଏହା ଦ୍ୱାରା ସେ କୋଟି କୋଟି ଟଙ୍କା ରେଜଗାର କରିଥିଲେ ଓ ପରବର୍ତି ସମୟରେ କଂଗ୍ରେସ୍ ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇଥିଲେ । ୨୦୦୭ ମସିହାରେ ଆଇଓସିଏଲ୍ ପ୍ରକଳ୍ପ ଚାଲୁଥିବା ବେଳେ ବାପି ସାର୍ଖେଲ୍ ପାରାଦୀପ ଏରସମା ଶିଳ୍ପାଂଚଳ ବିକାଶ ପରିଷଦ ନାମରେ ସଙ୍ଗଠନ କରି ଅସାମାଜିକ ବ୍ୟକ୍ତିଙ୍କୁ ନେଇ ପ୍ରୋଟେକ୍ସନ ସ୍କା୍ର୍ଡ ଗଠନ କରି ବିଭିନ୍ନ କମ୍ପାନୀମାନଙ୍କୁ ଧମକାଇ ଥିଲେ । ଯେଉଁଥି ପାଇଁ ପ୍ରକଳ୍ପ କାମ ୪ରୁ ୫ ବର୍ଷ ବିଳମ୍ବ ହୋଇଥିଲା । ଏହିଭଳି କାର୍ଯ୍ୟ ପାଇଁ ପାରାଦୀପ ଶିଳ୍ପାଂଚଳର ପରିବେଶ ଅଶାନ୍ତ ହେବାରେ ଲାଗିଛି । ୨୦୧୭ ମସିହାରେ ଷ୍ଟିଭେଡୋର୍ସ ବ୍ୟବସାୟ ବିବାଦକୁ ନେଇ ମହେନ୍ଦ୍ର ସ୍ୱାଇଁ ହତ୍ୟା ଘଟଣା, ୨୦୧୨ ମସିହା ପୋସ୍କୋର କୋଷ୍ଟାଲ ରୋଡ୍ କୁ ପ୍ରୋଟେକ୍ସନ୍ ଦେଇ ଦୁର୍ଯେ୍ୟାଧନ ସ୍ୱାଇଁ ହତ୍ୟାକାଣ୍ଡ, ୨୦୦୮ ମସିହାରେ ଧରିତ୍ରୀ ଡ୍ରେଜିଙ୍ଗ ଏବଂ ଆଇଓସିଏଲ୍ ରେ କାମ କରୁଥିବା ସେତେବେଳର କନଷ୍ଟ୍ରକସନ୍ କମ୍ପାନୀମାନଙ୍କୁ ରାଜ୍ୟ ବାହାରୁ ବହୁତ ବନ୍ଧୁକଧାରୀମାନଙ୍କୁ ଆଣି ପାଖରେ ରଖି ଶହ ଶହ କୋଟି ବଟି ନେବା ଏବଂ ୨୦୦୫ ମସିହାରେ ସ୍ୱର୍ଗତ ମୁନା ପତିଙ୍କ ହତ୍ୟାକାଣ୍ଡରେ ସନ୍ଦେହ ଘେରରେ ରହିବା ବାପି ସାର୍ଖେଲଙ୍କ ମୁଖା ଖୋଲିଯାଇଛି । ନିଜକୁ ସାଧାରଣ ଶ୍ରମିକ ନେତା କହୁଥିବା ବାପି ସାର୍ଖେଲ୍ ଲକ୍ଷାଧିକ ଟଙ୍କା ବ୍ୟୟରେ ବିଳାସପୂର୍ଣ୍ଣ କାର୍ଯ୍ୟାଳୟ କରିବା, କୋଟିଏ ଟଙ୍କାରୁ ଉଦ୍ଧ୍ୱର୍ ବିଳାସପୂର୍ଣ୍ଣ ଗାଡି ଚଢିବା ଏବଂ ତାଙ୍କର ଆୟର ଉତ୍ସ କଣ ସେ ନେଇ ଅର୍ଥନୈତିକ ଅପରାଧ ଶାଖା ଓ ସିବିଆଇ ତଦନ୍ତ କରିବାକୁ ପ୍ରକାଶ ତ୍ରିପାଠୀ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ଜିନ୍ମୟୀ ସାହାଣୀ, ସମ୍ପାଦକ ଦେବବ୍ରତ ସାହୁ ଯୋଗ ଦେଇ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଆସନ୍ତା ୧୮ ତାରିଖରେ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ରକ୍ତଦାନ ଶିବିରକୁ ସଫଳ କରିବାକୁ ନିବେଦନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଚୋରି ଜିନିଷ ଉଦ୍ଧାର:  ୪ଚୋର ଗିରଫ

 ନିରାକାରପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଥାନା ଅଂଚଳରେ ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ପୋଲିସ କୁ …

Leave a Reply

Your email address will not be published.