Friday , August 12 2022
Breaking News
Home / ବିଶେଷ / ଜାତୀୟ କୃମିନାଶକ ଜିଲ୍ଲା ସ୍ତରୀୟ କମିଟି  ବୈଠକ

ଜାତୀୟ କୃମିନାଶକ ଜିଲ୍ଲା ସ୍ତରୀୟ କମିଟି  ବୈଠକ

ଜଗତସିଂହପୁର,୦୬ /୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି  ଦ୍ଵାରା ଚଳିତ ଅଗଷ୍ଟ ୧୨ ତାରିଖରେ ହେବାକୁ ଥିବା ଜାତୀୟକୃମି ନାଶକ କାର୍ଯକ୍ରମ ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ସଂଯୋଜନା କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ  ପଟାୱାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । ଏହି ସଂଯୋଜନା କମିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କନଫରେନ୍ସ ଗୃହରେ ଆୟୋଜିତ ହୋଇଥିଲା । ସର୍ବ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡଃ କ୍ଷେତ୍ରବାସୀ ଦାଶ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଉପସ୍ଥିତ ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିଭାଗ, ଜିଲ୍ଲା ମଙ୍ଗଳ ଉନ୍ନୟନ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କ ନିମନ୍ତେ ଡଃ ପ୍ରମୋଦ କୁମାର ବାରିକ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଜାତୀୟ କୃମିନାଶକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଆଲୋଚନା କରିଥିଲେ । ଏହାପରେ ଡେପୁଟୀ ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ଶ୍ରୀମତୀ ସଚଳା ମହାନ୍ତି ସବିଶେଷ ଆଲୋଚନା କରିଥିଲେ । ଏହି କାର୍ଯକ୍ରମ ଅନ୍ତର୍ଗତ ୧ ରୁ ୧୯ ବର୍ଷର ସମସ୍ତ ସରକାରୀ ସ୍କୁଲ, ସରକାରୀ ଏଡେଡ୍ ସ୍କୁଲ,  ବେସରକାରୀ ସ୍କୁଲ, ପ୍ଲେ ସ୍କୁଲ, ଆବାସିକ ସ୍କୁଲ ଏବଂ ଚାଇଲ୍ଡ କେୟାର ଅନୁଷ୍ଠାନ ର ଛାତ୍ର ଛାତ୍ରୀ କୃମି ନାଶକ ସିରପ ଏବଂ ବଟିକା (Albendazole) ଦିଆଯିବ l ଏହି ଜାତୀୟ କୃମି ନାଶକ ଦିବସ ଅଗଷ୍ଟ ୧୨ ତାରିଖରେ ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ତଥା ମମତା ଦିବସରେ ଏବଂ ସ୍କୁଲ ମାନଙ୍କରେ ଦିଆଯିବ ଏବଂ ୧୯ ତାରିଖରେ ଯେଉଁମାନେ ଖାଇ ନଥିବେ ସେମାନେ Mop up ରାଉଣ୍ଡ ରେ ଖାଇବେ । ଏକ ବର୍ଷରୁ ଦୁଇ ବର୍ଷର ସମସ୍ତ ପିଲା ୫ ମିଲି ସିରପ, ଦୁଇ ରୁ ପାଞ୍ଚ ବର୍ଷ ୧୦ ମିଲି ସିରପ ଖାଇବେ ଏବଂ ୬ ବର୍ଷ ରୁ ୧୯ ବର୍ଷ ସମସ୍ତ ପିଲା ଗୋଟିଏ ଲେଖାଏଁ କୃମି ନାଶକ ବଟିକା ଖାଇବେ ।  ଜିଲ୍ଲା ସ୍ତରରୁ ତାଲିମ ଦିଆ ସରିଛି l ବ୍ଲକ ସ୍ତରରେ ପ୍ରତ୍ୟେକ ସ୍କୁଲ ରୁ ଜଣେ ଶିକ୍ଷକ ବା ଶିକ୍ଷୟତ୍ରୀ, ପରିଦର୍ଶକ ଏବଂ ମହିଳା ସ୍ବାସ୍ଥ୍ୟ କର୍ମୀ ମାନେ ତାଲିମ୍ ପାଇବେ । ଆଶା ଏବଂ ଅଙ୍ଗନୱାଡ଼ି କର୍ମୀ ମାନେ ସେହିପରି ସେକ୍ଟର ସ୍ତରରେ ତାଲିମ୍ ପାଇବେ ।

କୃମିନାଶକ କାର୍ଯକ୍ରମକୁ ସଫଳ କରିବା ପାଇଁ ସମସ୍ତ ଭିବାଗୀୟ କର୍ମକର୍ତ୍ତାଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଡିପିଏମ ଚକ୍ରଧର ଜେନା ଉପସ୍ଥିତ ରହି କୃମି ନାଶକ କାର୍ଯକ୍ରମ ର ଉପକାରିତା ଦିଗ ଉପରେ କହିଥିଲେ । ଏଥି ସହିତ  ଅଗଷ୍ଟ ମାସରେ ପ୍ରତ୍ୟେକ ବୁଧବାର ଟୀକାକରଣ ଦିବସରେ ୯ ମାସ ରୁ ୫ ବର୍ଷର ଶିଶୁ ମାନେ ଭିଟାମିନ- ଏ ଖାଇବେ l ଉଭୟ ଭିଟାମିନ- ଏ ଏବଂ ଜାତୀୟ କୃମି ନାଶକ କାର୍ଯକ୍ରମ   ବର୍ଷକୁ ଦୁଇଥର ଯଥା ଫେବୃଆରୀ ଏବଂ ଅଗଷ୍ଟ ମାସରେ ହୋଇଥାଏ । ତେଣୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସମସ୍ତ ବିଭାଗୀୟ କର୍ମକର୍ତ୍ତା ସହଯୋଗ କଲେ ଶତକଡା ଶହେ ପ୍ରତିଶତ ପିଲାମାନେ କୃମି ନାଶକ ବଟିକା ଓ ସିରପ ଖାଇଲେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ରହିପାରିବେ । ଶେଷରେ ସୁକାନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଙ୍କ ଆତ୍ମହତ୍ୟା ସୂଚନା 

ପୁରୀ,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଆତ୍ମହତ୍ୟା କରିଥିବା ସୂଚନା  । ମୃତ ଯୁବକ ଜଣକ …

Leave a Reply

Your email address will not be published.