Friday , August 12 2022
Breaking News
Home / ବିଶେଷ / କଳାହାଣ୍ଡି ପୋଲିସ କୁ ବଡ ସଫଳତା,୧୦ ଜଣିଆ ଆନ୍ତଃ ଜିଲା ଡକାୟତ ଗିରଫ-

କଳାହାଣ୍ଡି ପୋଲିସ କୁ ବଡ ସଫଳତା,୧୦ ଜଣିଆ ଆନ୍ତଃ ଜିଲା ଡକାୟତ ଗିରଫ-

ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା ସହ ୫ଗୋଟି ମୋଟରସାଇକେଲ,୧୧ ଟି ମୋବାଇଲ, ୪୦,୩୯୨ ଗ୍ରାମ ସୁନା,୪୪୭,୭୪୦ ଗ୍ରାମ ରୁପା ସହ ଡ଼କାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ

କଳାହାଣ୍ଡି, ୦୬ /୦୮/୨୦୨୨(ଓଡ଼ିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲାର  ବିଭିନ୍ନ ବ୍ଲକ ରେ ଦିନକୁଦିନ ଚୋରି ଡକାୟତି ଲୁଟ ବଢ଼ିବାରେ ଲାଗିଥିଲା । ଲୋକେ ଭୟ ଭିତରେ ରହୁଥିଲେ । ଗାଁ ରେ ଲୋକେ ଜଗିବା ସାଙ୍ଗକୁ ରାତିସାରା ପହରା ମଧ୍ୟ ଦେଉଥିଲେ। ହେଲେ ଏହି ଘଟଣା ରେ ସାମିଲ ଥିବା ୧୦ ଜଣିଆ ଡକାୟତ ଦଳ କୁ କଳାହାଣ୍ଡି ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଏହି ଡକାୟତ ମାନେ ଗତ ଏପ୍ରିଲ ମାସରୁ ଜିଲ୍ଳାର ବିଭିନ୍ନ ବ୍ଲକରେ ଡକାୟତି କରି ଲୋକଙ୍କ ନିଦ ହଜାଇ ଦେଇଥିଲେ। ଏହି ଡକାୟତ ମାନଙ୍କୁ ଧରିବା ପାଇଁ ପୋଲିସ ପ୍ରଶାସନର ମୁଣ୍ଡ୍ୟବ୍ୟଥାର କାରଣ ହୋଇଥିଲା। ଏହି ଡକାୟତ ମାନେ ଗୋଲାମୁଣ୍ଡା ବ୍ଲକ ର ପଟିଆଲ ପଡ଼ା, ପଞ୍ଜିଆଗ୍ରାମରେ ଡ଼କାୟତି ଓ ଧର୍ମଗଡସ୍ଥିତ ପୋଷ୍ଟ ଅଫିସରେ ଡକାୟତି ଉଦ୍ୟମ, ଧର୍ମଗଡ ଆକାଶ କଲେଜ ଠାରେ ଡକାୟତି, ଖଇରପଦର  ହଳଦୀ ଠାରେ ଡକାୟତି, କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଓ ଡୁଡକାଠେଙ୍ଗା, କନ୍ଦାବୁଟ୍ରା, କାଶୀବାହାଲରେ ଡକାୟତି ଓ ଜୟ ପାଟଣା ବ୍ଲକର ଡଙ୍ଗରିଗୁଡ଼ା ଡ଼କାୟତି ମାମଲାରେ ଏହି ଡକାୟତ ଦଳ ସଂପୃକ୍ତ ଥିଲେ ବୋଲି ଆଜି କଳାହାଣ୍ଡି ଏସପି ଅଭିଳାଷ ଜି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଗିରଫ ଡକାୟତ ମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଇମାନୁଏଲ୍ ହରିଜନ (ସଲମାନ୍),ଜଗନ୍ନାଥ ହରିଜନ, ଗୋବିନ୍ଦ ହରିଜନ (ଟୁନୁ), କୁମର ହରିଜନ, ଲାଲଧର ହରିଜନ, କୋରାପୁଟ ଜିଲ୍ଲାର ଦଳପତି ହରିଜନ, କଳାହାଣ୍ଡି ଜିଲ୍ଲାର ପରମେଶ୍ବର ବାଗ(ଖଇରପଦର), ସୋମେଶ୍ୱର ନାଏକ(ପଂଜିଆ),ରୋହିତ ନିଆଲ(ଖମାର ହଲଦି) ଓ ଦିନେଶ ବୈଠାରୁ (ଜୟପାଟଣା)। ଉକ୍ତ ଡକାୟତ ମାନଙ୍କ ଠାରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା ସହ ୫ଗୋଟି ମୋଟରସାଇକେଲ,୧୧ ଟି ମୋବାଇଲ, ୪୦,୩୯୨ ଗ୍ରାମ ସୁନା,୪୪୭,୭୪୦ ଗ୍ରାମ ରୁପା ସହ ଡ଼କାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି। ଓଡିଶା ସମାଚାର

About admin

Check Also

ଗଣେଶ୍ୱରଙ୍କ ଅକାଳ ମୃତୁ୍ୟରେ ଶୋକାକୁଳ ହୋଇପଡିଛି ଗ୍ରାମ

କେନ୍ଦ୍ରାପଡ଼ା, ୧୨/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତଗାଙ୍ଗପଡା ଗ୍ରାମପଂଚାୟତର ଗୋଗୁଆ ଗ୍ରାମର ଗଣେଶ୍ୱର ଓଝାଙ୍କର ୪୭ବର୍ଷ ବୟସରେ ଅକାଳ ମୃତୁ୍ୟ ହୋଇଯାଇଛି …

Leave a Reply

Your email address will not be published.