ଧର୍ମଗଡ଼ ,୦୫/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟ ରେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଏକ ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଘର ଛାତ ପକେଇବା ପାଇଁ ଶ୍ରମିକ ମାନେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପଲସ ପାଣି ଗାଁ ରୁ ତେତଲିଆ ଗାଁ କୁ ଯାଉଥିବା ବେଳେ ପିକଅପ ଭ୍ୟାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ୪୦ ଜଣ ଶ୍ରକିକଙ୍କୁ ଉଦ୍ଧାର କରାଯାଇ ୩୬ ଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ବେଳେ ୮ ଜଣଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଓଡ଼ିଶା ସମାଚାର
