Friday , August 12 2022
Breaking News
Home / ଶିକ୍ଷା / ମାତ୍ର ୧୩ ଟି ପିଲା ପାଈଁ ଦୁଇ ଜଣ ଶିକ୍ଷୟତ୍ରୀଙ୍କ ଦ୍ୱାରା ଚାଲିଛି ସରକାରୀ ପ୍ରକଳ୍ପ ବିଦ୍ୟାଳୟ

ମାତ୍ର ୧୩ ଟି ପିଲା ପାଈଁ ଦୁଇ ଜଣ ଶିକ୍ଷୟତ୍ରୀଙ୍କ ଦ୍ୱାରା ଚାଲିଛି ସରକାରୀ ପ୍ରକଳ୍ପ ବିଦ୍ୟାଳୟ

କଟକ ସଦର, ୦୫ /୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ୨୦ ରୁ କମ୍ ଥିଵା ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଥିଲା ଵେଳେ କଟକ ସଦର ଵ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ସରକାରୀ ଅରିଲୋ ଆଦିବାସୀ ପ୍ରକଳ୍ପ ବିଦ୍ୟାଳୟ।ଏଠାରେ ମାତ୍ର ୧୩ ପିଲାଙ୍କ ନାଁ ଆଡମିସନ ଖାତାରେ ଥିବା ବେଳେ ସ୍କୁଲକୁ ନିୟମିତ ୫ ରୁ ୬ ପିଲା ଆସନ୍ତି ବୋଲି ଜଣାପଡିଛି। ସେଥିରେ ଉକ୍ତ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷୟତ୍ରୀ ଶିକ୍ଷା ଦାନ ପାଇଁ ନିୟୋଜିତ ଅଛନ୍ତି। ଅନ୍ୟାନ୍ୟ ସ୍କୁଲରେ ଶିକ୍ଷକ ଅଭାଵ ଯୋଗୁ ଶିକ୍ଷା ଦାନ ବାଧାପ୍ରାପ୍ତ ହେଉଥିବା ବେଳେ ଏଠାରେ କମ୍ ପିଲାଙ୍କ ପାଇଁ ଦୁଇ ଜଣ ଶିକ୍ଷୟତ୍ରୀଙ୍କର ଆବଶ୍ୟକତା କଣ ଵୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସେଥିରେ ଦୀପ ତଳ ଅନ୍ଧାର ଭଳି ଉକ୍ତ ସରକାରୀ ସ୍କୁଲଟି ଚାଳ ଛପର ଓ କାନ୍ଥ ନଥିଵା ଜରି ପାଲ ଘେରା ଚାଳିଆରେ ଚାଲିଛି। ବର୍ଷା ଉଠାଇଲେ ବାଧ୍ୟ ହୋଇ ସ୍କୁଲ ଛୁଟି କରିବାକୁ ପଡେ ଵୋଲି ସରଜମିନ ତଦନ୍ତରୁ ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଵାକୁ ସାଧାରଣ ରେ ଦାଵି ହେଉଛି । ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.