Friday , August 12 2022
Breaking News
Home / ବିଶେଷ / ବିଶିଷ୍ଟ ଶ୍ରମିକ ନେତା ପୂର୍ଵତନ ଵିଧାୟକ ରାଜୁ ସିଂହ ପାଇଁ ସଦର ଵିଜେଡିର ସ୍ମୃତି ଚାରଣ ସଭା

ବିଶିଷ୍ଟ ଶ୍ରମିକ ନେତା ପୂର୍ଵତନ ଵିଧାୟକ ରାଜୁ ସିଂହ ପାଇଁ ସଦର ଵିଜେଡିର ସ୍ମୃତି ଚାରଣ ସଭା

କଟକ ସଦର, ୦୫ /୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦରର ପୂର୍ଵତନ ବିଧାୟକ,ଵିଜେଡି ଶ୍ରମିକ ସାମୁଖ୍ୟ ରାଜ୍ୟ ସଭାପତି,ହିନ୍ଦ୍ ମଜୁଦୂର ସଭାର ସର୍ବଭାରତୀୟ ଉପସଭାପତି, ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ସିଂହ ଙ୍କ ସ୍ମୃତି ଚାରଣ ସଭା କଟକ ସଦର ବିଜେଡି ପକ୍ଷରୁ ଶୁକ୍ରବାର ଦିନ ଵିରିଵାଟି ଗୋଲ୍ଡେନ ପ୍ଲାଜା ଠାରେ ସଦର ବିଜେଡି ସଭାପତି ପ୍ରମୋଦ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରା ଯୋଗଦେଇ ରାଜୁ ସିଂହ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ସ୍ମୃତି ଚାରଣ କରିଥିଲେ। ଏଥିରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ ଯୋଗ ଦେଇ ରାଜୁ ସିଂହଙ୍କ ସହିତ ତାଙ୍କର ରାଜନୈତିକ ଜୀଵନ ସମ୍ପର୍କରେ ଅବତାରଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସ୍ୱାଧୀନ ଶେଖର ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା, କଟକ ଜିଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ , ଜିଲା ବିଜେଡି ସାଧାରଣ ସମ୍ପାଦକ ସମର ବେହେରା,ଆତ୍ମାର ସଭାପତି ରଜନୀକାନ୍ତ ସାହୁ,ପୂର୍ଵତନ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା,ଵିକାଶ ମଞ୍ଚ ସଭାପତି ସୁଵୋଧ ବେହେରା,ଜୁଵ ଵିଜେଡି ସଭାପତି ହିମାଂଶୁ ଦାସ,ମିଶନ ଶକ୍ତି ସଂଯୋଜକ ଶରତ ରାୟ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି,ଵିପ୍ର ଚରଣ ଭୋଳ, ଶ୍ରମିକ ନେତା କମଲ ଵାଵୁ ପ୍ରମୁଖ ଵହୁ ରାଜୁ ପ୍ରେମୀ ଯୋଗ ଦେଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଗୁଣଗାନ କରିଥିଲେ। ଓଡ଼ିଶା ସମାଚାର

About admin

Check Also

ମେଧାବୀ ଛାତ୍ରୀଙ୍କୁ କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟି ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଚଳିତବର୍ଷ ଯୁକ୍ତ୨କଳା ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ରୂପସ୍ମିତା ରାଉତ ସେହି କଲେଜରେ ସର୍ବୋଚ୍ଚ …

Leave a Reply

Your email address will not be published.