Friday , August 12 2022
Breaking News
Home / ବିଶେଷ / ବନ ବିଭାଗ ଦ୍ୱାରା ଚୋରା ଚନ୍ଦନ କାଠ ଜବତ, ଜଣେ ଗିରଫ

ବନ ବିଭାଗ ଦ୍ୱାରା ଚୋରା ଚନ୍ଦନ କାଠ ଜବତ, ଜଣେ ଗିରଫ

ବାଲିଗୁଡା,୦୫/୦୮/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବନ ବିଭାଗ ଓ ପାବୁରିଆ ବନ ବିଭାଗର ମିଳିତ ପାଟ୍ରୋଲିଂ ସମୟରେ କୌଣସି ସୂତ୍ରରୁ ଖବର ପାଇ ବାଇବାଲି ଗ୍ରାମର ରାକେଶ କୁମାର ନାୟକ (୪୩)ଙ୍କ ଘରେ ଚଢ଼ାଉ କରାଯାଇଥିଲା। ତାଙ୍କ ଘରୁ ୧୧.୫ କେଜି ଚନ୍ଦନ କାଠ ଜବତ କରାଯାଇ ଥିଲା। ଚୋରା ଚନ୍ଦନ କାଠ ରଖିଥିବା ଅଭିଯୋଗରେ ରାକେଶକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଚଢାଉରେ ବନପାଳ ପ୍ରବୀଣ ଦାସ, ମନୋଜ କୁମାର ଝା, ବନରକ୍ଷୀ ପ୍ରତାପ କୁମାର ବେହେରା, ପାରାଗାର୍ଡ ସନ୍ତୋଷ ଚୌଧୁରୀ ଓ ରାଜେଶ ଦିଗାଲ ପ୍ରମୁଖ ସାମିଲ ଥିଲେ। ଏ ନେଇ କେଶ ନଂ.୬୬/୨୨–୨୩ ଜଙ୍ଗଲ ଆଇନ ଧାରାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବାନାଞ୍ଚଳ ଅଧିକାରିଣୀ ମୀନାକ୍ଷୀ କୂମୁରା ସୂଚନା ଦେଇଛନ୍ତି। ଓଡିଶା ସମାଚାର

About admin

Check Also

ଗଙ୍ଗାଧର ଓଡ଼ିଶାର କାଳିଦାସ – ଉତ୍କଳ ସମ୍ମିନଳନୀ

(ମେହେର ଜୟନ୍ତୀ ପାଳନ) ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର …

Leave a Reply

Your email address will not be published.