Friday , August 12 2022
Breaking News
Home / ବିଶେଷ / ପାରାଦୀପରେ ସିବିଆଇ ରେଡ୍ ଜାରୀ- ଦ୍ୱିତୀୟ ଦିନରେ ହେପାଜତକୁ ଗଲେ ଦୁଇ କମ୍ପାନୀ ଅଧିକାରୀ

ପାରାଦୀପରେ ସିବିଆଇ ରେଡ୍ ଜାରୀ- ଦ୍ୱିତୀୟ ଦିନରେ ହେପାଜତକୁ ଗଲେ ଦୁଇ କମ୍ପାନୀ ଅଧିକାରୀ

ପାରାଦୀପ ୦୫/୦୮/୨୦୨୨(ଓଡ଼ିଶା ସମାଚାର)- ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସଏଲ୍)ର ପାରାଦୀପ ବଡପଡିଆସ୍ଥିତ କାର୍ଯ୍ୟାଳୟର ଜଣେ ଅଧିକାରୀ ଓ କରମଚାନ୍ଦ ଥାପର୍ କମ୍ପାନୀ (କେସିଟି)ର ଜଣେ ଅଧିକାରୀଙ୍କୁ ଶୁକ୍ରବାର ଦିନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ନିଜ ହେପାଜତ୍ କୁ ନେଇଛି । ଗୁରୁବାର ଦିନ ସିବିଆଇ ଓଏସଏଲ୍ ର ପରିଚାଳନା ନିର୍ଦ୍ଧେଶକ ତଥା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ କଟକ ଓଡିଆ ବଜାର ଘର, କଟକ ଲିଙ୍କ ରୋଡ୍ସ୍ଥିତ ଓଏସଏଲର ମୁଖ୍ୟ କାର୍ଯ୍ୟାଳୟ ସମେତ ପାରାଦୀପ ବଡପଡିଆସ୍ଥିତ କାର୍ଯ୍ୟାଳୟରେ ଏକ ସମୟରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା । ପାରାଦୀପ ବନ୍ଦରରେ କୋଇଲା ପ୍ଲଟ୍ ଆବଂଟନରେ ଦୂର୍ନିତୀ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗୁରୁବାର ଦିନ ରାତିରେ ମହିମାଙ୍କୁ ମଧୁବନସ୍ଥିତ ୧୦୦ ମିଲିୟନ୍ ଟନ୍ ଗେଷ୍ଟ ହାଉସ୍ ରେ ଜେରା କରିଥିଲା । ଏହି ଅନିୟମିତା ଅଭିଯୋଗରେ ପାରାଦୀପ ବନ୍ଦରର ମୁଖ୍ୟ ବୈଦ୍ୟୁତିକ ଓ ଯାନ୍ତ୍ରିକ ଯନ୍ତ୍ରୀ (ଚିଫ ଇଲେକ୍ଟ୍ରକାଲ ଓ ମେକାନିକାଲ ଇଂଜିନିର ବା ସିଇଏମଇ) ସରୋଜ କୁମାର ଦାସ ଓ ତାଙ୍କ ସହଯୋଗୀ ସୁମନ୍ତ ରାଉତ(ବନା)ଙ୍କୁ ସିବିଆଇ ପାରାଦୀପରୁ ଭୂବନେଶ୍ୱର ସାଙ୍ଗରେ ନେଇଯାଇଥିଲେ । ଶୁକ୍ରବାର ଦିନ ଓଏସଏଲ୍ ର ବରିଷ୍ଠ ଅଧିକାରୀ ସତ୍ୟନାରାୟଣ ସାହୁ ଓ କେସିଟିର ବରିଷ୍ଠ ଅଧିକାରୀ ଶୁଭ୍ରାଶଙ୍ଖା ମିତ୍ରଙ୍କୁ ସିବିଆଇ ହେପାଜତ୍ କୁ ନେଇଛି । ପାରାଦୀପରେ ସିବିଆଇର ରେଡ୍ ପରେ ଅନ୍ୟମାନଙ୍କ ମନରେ ଛନକା ପଶିଛି । ଏହା ପରେ ସିବିଆଇର ରେଡ୍ କାହା ଉପରେ ହେବ ତାକୁ ନେଇ ସାଧାରଣରେ ଉତ୍ସକତା ଦେଖା ଦେଇଛି । ଓଡ଼ିଶା ସମାଚାର

About admin

Check Also

ଗଙ୍ଗାଧର ଓଡ଼ିଶାର କାଳିଦାସ – ଉତ୍କଳ ସମ୍ମିନଳନୀ

(ମେହେର ଜୟନ୍ତୀ ପାଳନ) ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର …

Leave a Reply

Your email address will not be published.