Friday , August 12 2022
Breaking News
Home / ରାଜନୀତି / ଦରବୃଦ୍ଧି ଓ ବେକାରୀ ପ୍ରତିବାଦରେ ଗର୍ଜିଲା ଜିଲ୍ଲା କଂଗ୍ରେସ

ଦରବୃଦ୍ଧି ଓ ବେକାରୀ ପ୍ରତିବାଦରେ ଗର୍ଜିଲା ଜିଲ୍ଲା କଂଗ୍ରେସ

କେନ୍ଦ୍ରାପଡ଼ା, ୦୫/୦୮/୨୦୨୨(ଓଡ଼ିଶା ସମାଚାର)- ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ଅକଥନୀୟ ଦରବୃଦ୍ଧି ଓ ଉତ୍କଟ ବେରୋଜଗାରୀ ପ୍ରତିବାଦରେ ଗଣ ବିକ୍ଷୋଭ ପ୍ରଦର୍ଶନ ସହ ପୋଲିସ ବାରିକେଟ ଭାଙ୍ଗି ୫ଶହରୁ ଉଦ୍ଧ୍ୱର୍ କଂଗ୍ରେସ କର୍ମୀ ଗିରଫ ହୋଇଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକ ବଡ ଧରଣର ବାଇକ ରାଲିରେ କଜଳା କଂଗ୍ରେସ ଭବନରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଠାରେ ସମବେତ ଆନ୍ଦୋଳନକାରୀଙ୍କୁ ଉଦ୍ବୋଧନ ଦେଇ ସଭାପତି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ ଯେ କେନ୍ଦ୍ରର ମୋଦି ସରକାର ଦେଶ ତଥା ରାଜ୍ୟର ଆକାଶ ଛୁଆଁ ଦରବୃଦ୍ଧି ଓ ଉତ୍କଟ ବେକାରୀ ସମସ୍ୟା ସମାଧାନରେ ବିଫଳ ହୋଇ ଘର ଘର ତ୍ରିରଙ୍ଗା ଅଭିଯାନ ଚଳାଇଛନ୍ତି । ଲୋକ ଅସନ୍ତୋଷରୁ ମୁକ୍ତି ପାଇଁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ତଥ୍ୟ ପ୍ରଦାନ କରି କହିଥିଲେ କି ମୋଦି ସରକାର ଗରିବ ଓ ନିମ୍ନ ମଧ୍ୟବିତ ବିରୋଧୀ । ଖାଇବା ତେଲ ମୂଲ୍ୟ ସ୍ୱଚକାଙ୍କ ଦୀର୍ଘ ୬ମାସ ଧରି ସାତ ପ୍ରତିଶତ ଉପରେ ରହିଚାଲିଛି ଯାହା ରିଜର୍ଭ ବ୍ୟାଙ୍କ ନିର୍ଦ୍ଧାରିତ ସର୍ବାଧିକ ପ୍ରତିଶତଠାରୁ ଅଧିକ ଓ ଚିନ୍ତାଜନକ । ସେହିପରି ବେକାରୀ କ୍ଷେତ୍ରରେ ବର୍ଷକୁ ୨କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ଆଜି ଦେଶବାସୀଙ୍କୁ ପ୍ରତାରିତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନରେ ୮କୋଟି ୭୨ଲକ୍ଷ ପଦବୀ ଥାଇ ପ୍ରକୃତ ସ୍ଥଳେ ମାତ୍ର  ୭୮ଲକ୍ଷ ପୂରଣ କରିବା ପାଇଁ ନିଷ୍ପତି ନେବା ଶିକ୍ଷିତ ବେକାର ଭାଇ ଓ ଭଉଣୀମାନଙ୍କ ପାଇଁ ଉପହାସ ବ୍ୟତୀତ କିଛି ନୁହେଁ । ଜିଲ୍ଲା କଂଗ୍ରେସ ନେତୃମଣ୍ଡଳୀଙ୍କ ସଂକ୍ଷିପ୍ତ ଉଦ୍ବୋଧନ ପରେ କଂଗ୍ରେସ କର୍ମୀମାନେ ଜିଲ୍ଲା କାର୍ଯ୍ୟାଳୟର ମୁଖ୍ୟ ଫାଟକ ମଧ୍ୟଦେଇ ଭିତରକୁ ଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ଠେଲାପେଲା ହୋଇଥିଲା ଓ ଏସଡିପିଓ ରାଜୀବ ଲୋଚନ ପଣ୍ଡା ଡାକବାଜି ଯନ୍ତ୍ର ଯୋଗେ ଆଇନ ଶୃଙ୍ଖଳା ଭଙ୍ଗ ଆଶଙ୍କାରେ ସମବେତ ସମସ୍ତ କଂଗ୍ରେସ ଆନ୍ଦୋଳନକାରୀମାନଙ୍କୁ ଗିରଫ କରାଗଲା ବୋଲି ଘୋଷଣା କରିଥିଲେ ।  ଗାଡି ଯୋଗେ ସିମିତ ନେତାମାନଙ୍କୁ ଟାଉନ ଥାନା ପରିସରକୁ ନେଇଯାଇଥିଲେ । ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ସମସ୍ତ କର୍ମୀମାନେ ପୋଲିସ ଗାଡିକୁ ଅନୁସରଣ କରି ଥାନାରେ ପହଂଚିଥିଲେ । ପ୍ରାୟ ୨ଘଂଟା ପରେ ଗିରଫ ହୋଇଥିବା ସମସ୍ତ ନେତା କର୍ମୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ପୋଲିସ ଛାଡିଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜୟନ୍ତ ମହାନ୍ତି, ରତିକାନ୍ତ କାନୁନଗୋ, ବିଭ୍ରାଂଶୁ ଲେଙ୍କା, ପ୍ରଦୀପ କୁମାର ମହାନ୍ତି, ରାକେଶ ମହାନ୍ତି, ପ୍ରଫୁଲ୍ଲ ଦାସ, ମଙ୍ଗୁଳି ସରଣ ବେହେରା, ଆକବର ଅଲ୍ଲୀ,  ସତ୍ୟପ୍ରିୟ ସାମଲ, ପରଭେଜ ଅକ୍ତର, ମୁକ୍ତାର ଖାଁ, ରାଜେଶ ମହାନ୍ତି, ଚିତ୍ରସେନ ପରିଡା, ହିବଜୁର ରହେମାନ, ମଳୟ କୁମାର ଦାସ, ସୌମେନ୍ଦ୍ର ପୃଷ୍ଟି, ରବିନାରାୟଣ ବେହେରା, ମାନଗୋବିନ୍ଦ ଦାସ, ଅମୂଲ୍ୟ କୁମାର ପ୍ରଧାନ, ନିରାକାର ଜେନା, ରଘୁନାଥ ଶତପଥି, କବିନ୍ଦ୍ର ସାମଲ, ଉମେଶ ତ୍ରିପାଠୀ, ଜ୍ୟୋତିରଞ୍ଜନ ପରିଡା, ଗଙ୍ଗାଧର ବେହେରା, ଜଗତ ଚରଣ ରଥ, ରମାକାନ୍ତ ଦାସ, ଓଁକାର ମହାନ୍ତି, ମଳୟ ଓଝା, ସମୀର କୁମାର ଜେନା, ବିଜୟ କୁମାର ପଣ୍ଡା, ରତିକାନ୍ତ ସାମଲ, ନିରଞ୍ଜନ ରାଉତ, ନାରାୟଣ ପରିଡା, ଫକିର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ରବିନ୍ଦ୍ର ଜେନା, ସଞ୍ଜୟ ରାଉତ, ରମେଶ ଦାସ, ଗୋପାଳକୃଷ୍ଣ ଜେନା, ବିଧୁଭୂଷଣ ମହାପାତ୍ର, ନାରାୟଣ ଚନ୍ଦ୍ର ପରିଡା, ଅନନ୍ତ ସ୍ୱାଇଁ, ଜ୍ଞାନ ରଞ୍ଜନ ସାହୁ, ପ୍ରଭାତ କୁମାର ଉଡାନସିଂହ, ରାଜନ ଖାତୁନ, ସେକ୍ ଅରମାନ, ଚନ୍ଦନ ଦାସ, ବିରଂଚି ନାରାୟଣ ଦାସ, ସଂଗ୍ରାମ ପୃଷ୍ଟି, ସର୍ବେଶ୍ୱର ସେଠୀ, ବାବାଜୀ ବାରିକ, ପିତାମ୍ବର ଜେନା, ତୋଫାନ ମହାନ୍ତି, କେଶବ ପ୍ରଧାନ, ଗଦାଧର ମଲ୍ଲିକ, ଚନ୍ଦ୍ରମଣୀ ବେହେରା, ଯଦୁମଣୀ ଦାସ, ରତିକାନ୍ତ ବେଉରା, ବିଚିତ୍ର ଲେଙ୍କା, କମଳାକାନ୍ତ ବେହୁରା, ଅନ୍ତର୍ଯ୍ୟାମୀ ସ୍ୱାଇଁ, ସେକ୍ ନିସାର, ସୁଧାଂଶୁ ପ୍ରଧାନ, ଜ୍ୟୋତି ରଞ୍ଜନ ପ୍ରଧାନ, ଦୟାନିଧି ପରିଡା, ବୈକୁଣ୍ଠ ନାଥ ସେନାପତି, ଅଜୟ ପ୍ରଧାନ, କଳ୍ପତରୁ ଦାସ, ଧନେଶ୍ୱର ପ୍ରଧାନ, ବିଶ୍ୱନାଥ ବାରିକ, ଅବଦୁଲ ଫୟଜ, ନରେଶ ଜେନା ଓ ହିମାଂଶୁ ବେହେରା ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.