ନିଶ୍ଚିନ୍ତକୋଇଲି,୦୫/୦୮/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ଡ୍ରାଇଭର ମହାସଂଘ ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ଜନାର୍ଦ୍ଦନ ପୁର ଓ କଳମିଶ୍ରି ପଞ୍ଚାୟତ ରେ ସଂଘ ର ଏକ କାର୍ୟାଳୟ ଜନାର୍ଦ୍ଦନ ପୁର ଠାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ଓ କର୍ମଶାଳା ସ୍ଥାନୀୟ ଶନିଶ୍ଚର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ରେ ମୁଖ୍ୟ ଅତିଥିଭାବେ ଜନାର୍ଦ୍ଦନ ପୁର ପଞ୍ଚାୟତ ସରପଞ୍ଚ ବିଶ୍ୱଭୂଷଣ ନାୟକ ଯୋଗ ଦେଇ ଡ୍ରାଇଭର ଭାଇ ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ପ୍ରଦାନ ସହ ଜନସାଧାରଣ ସେମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବାକୁ ଆହ୍ୱାନ ଦେଇଥିଲେ । ସରକାର ସେମାନଙ୍କର ନ୍ୟାଯ୍ୟ ଦାବି ଗୁଡିକ ଯଥାଶୀଘ୍ର ପୂରଣ କରାଯିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭା ରେ କଟକ ଜିଲ୍ଲା ଡ୍ରାଇଭର ସଂଘ ସଭାପତି ଜଗନ୍ନାଥ ଦୀକ୍ଷିତ, ସମ୍ପାଦକ ସର୍ବେଶ୍ୱର ପାତ୍ର, ସହସଂପାଦକ କମଳାକାନ୍ତ ରାଉତ, ଉମାକାନ୍ତ ଖୁଣ୍ଟିଆ, ନିଶ୍ଚିନ୍ତକୋଇଲି ସଭାପତି ନିଲୁ ଜେନା, ଉପସଭାପତି ସରୋଜ ବେହେରା, କାର୍ୟ୍ୟକାରୀ ସଭାପତି ଗୋଲକ ପରିଡା, ସମ୍ପାଦକ ପଦ୍ମ ଲୋଚନ ମଲ୍ଲିକ ଓ ସହସଂପାଦକ ଜଗନ୍ନାଥ ରାଉଳ ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକ ପାତ କରିଥିଲେ ।
ପ୍ରତ୍ୟେକ ଡ୍ରାଇଭର ଭାଇ ଗାଡ଼ି ଚଳାଇବା ସମୟରେ ୟୁନିଫର୍ମ ପିନ୍ଧିବାକୁ କର୍ମକର୍ତ୍ତା ମାନେ ପରାମର୍ଶ ଦେଇଥିଲେ । ସଂଘ କର୍ମକର୍ତ୍ତା ବାବୁଲି ପରିଡା, ଡମ୍ବରୁଧର ମହାରଣା, ରତିକାନ୍ତ ମହାରଣା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର
