Friday , August 12 2022
Breaking News
Home / ଶିକ୍ଷା / ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

ଭୁବନେଶ୍ୱର,୦୫/୦୮/୨୦୨୨(ଓଡ଼ିଶା ସମାଚାର)-ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥିରୂପେ ସ୍କ୍ୱାଡ୍ରନ ଲିଡ଼ର ଅମ୍ରିତ ଖୁଂଟିଆ, କମାଣ୍ଡିଙ୍ଗ୍ ଅଫିସର, ଏୟାର ଏନ୍.ସି.ସି ଭୁବନେଶ୍ୱର ଯୋଗଦାନ କରିଥିଲେ । “ବିନମ୍ରତା ହିଁ ବିଦ୍ୟାର୍ଥୀର ଶ୍ରେଷ୍ଠ ସଫଳତା” ବୋଲି ଶ୍ରୀଯୁକ୍ତ ଖୁଂଟିଆ ନିଜର ଅଭିଭାଷଣରେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ । ଚଳନ୍ତି ଦେବତା ସମାନ ମାତା-ପିତା, ଗୁରୁଙ୍କୁ ଯଥୋଚିତ ଭକ୍ତି ସମ୍ମାନ ପ୍ରଦର୍ଶନ କଲେ ସମସ୍ତ କାର୍ଯ୍ୟରେ ଜୟୀ ହୋଇପାରିବା କଥା କହି ଭାରତୀୟ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁଜାତା ଛାତ୍ର ପ୍ରତିନିଧିମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥପାଠ କରାଇଥିଲେ । ଏକାଦଶ ଶ୍ରେଣୀର ସିଦ୍ଧାର୍ଥ ଧର ଲିଡ଼ର ଏବଂ ଜିନଲ ପଟ୍ଟନାୟକ ଆସିଷ୍ଟାଂଟ ସ୍କୁଲ ଲିଡ଼ର ରୂପେ ମନୋନୀତ ହୋଇଥିବା ବେଳେ ଭକ୍ତି, ସ୍ତୁତି, ଶ୍ଲୋକ ଏବଂ ମନ୍ତ୍ର ଚାରୋଟି ସଦନର ୧୨ ଜଣ ଛାତ୍ର ପ୍ରତିନିଧି ତଥା ୬ଟି କ୍ଲବ୍ ର ଛଅ ଜଣ ଛାତ୍ର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ଡିଏଭି ଚନ୍ଦ୍ରଶେଖରପୁରର ଚେୟାରମ୍ୟାନ୍ ଶରତ ଚନ୍ଦ୍ର ମିଶ୍ର, ଡିଏଭି କଳିଙ୍ଗନଗରର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା , ଡିଏଭି ପୋଖରୀପୁଟର ମ୍ୟାନେଜର ଡ. ଭାଗ୍ୟବତୀ ନାୟକ ତଥା କଟକ ଓ ଭୁବନେଶ୍ୱର ଡିଏଭି ଅନୁଷ୍ଠାନର ଅଧ୍ୟକ୍ଷ , ଅଧ୍ୟକ୍ଷା ଓ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଯୋଗଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଝରଣା ମିଶ୍ର ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.