Friday , August 12 2022
Breaking News
Home / ବିଶେଷ / ଟିମ ହ୍ୟୁମାନିଟି କନ୍ଧମାଳ କରିଲା ଶବ ସତ୍କାର

ଟିମ ହ୍ୟୁମାନିଟି କନ୍ଧମାଳ କରିଲା ଶବ ସତ୍କାର

କନ୍ଧମାଳ,୦୫/୦୮/୨୨(ଓଡିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟଙ୍କ ଆଉ ଏକ ମହାନ୍ କାର୍ଯ୍ୟ ଦେଖିବାକୁ ମିଳିଛି।  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ର ଗୁଟିଙ୍ଗିଆ ଗ୍ରାମ ର ୬୨ ବର୍ଷୀୟ ନାର୍ଷୁ ପାତ୍ର ନାମକ ଜଣେ ମହିଳା ଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ ଶବ ସତ୍କାର ପାଇଁ ପାଖରେ କେହି ପରିବାର ସଦସ୍ୟ ନଥିବାରୁ ଏଭଳି ଅସହାୟ ପରିସ୍ଥିତି ରେ  ଟିମ୍ ହ୍ୟୁମାନିଟି କନ୍ଧମାଳ ର ଟିକାବାଲି ଶାଖାର ସଦସ୍ୟ ହିରୋ ନାୟକ ଙ୍କ ସହ ଯୋଗାଯୋଗ କରି ନିଜର ଅସହାୟତା ବିଷୟରେ ଜଣେଇଥିଲେ। ଟିମ୍ ସଦସ୍ୟ ହିରୋ ନାୟକ , ନୀଳମାଧଵ ପାତ୍ର , ଗୋବିନ୍ଦ ସ୍ୱାଇଁ , ପ୍ରମେଶ ଦିଗାଲ ତୁରନ୍ତ ପଦକ୍ଷେପ ନେଇ ମୃତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଥିଲେ। ଶବ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରି ଟିମ୍ ର ନିଜସ୍ଵ “ସ୍ବର୍ଗ ରଥ” ଆମ୍ବୁଲାନ୍ସ ରେ ନିକଟସ୍ଥ ସ୍ମଶାନରେ ସମ୍ପୁର୍ଣ୍ଣ  ହିନ୍ଦୁ ରୀତି ଅନୁଯାୟୀ ଶବଦାହ ବ୍ୟବସ୍ଥା କରିଥିଲେ । ଥରେ କି ଦୁଇ ଥର ନୁହଁ ଏମିତି ଅନେକ ଥର ଯେତେବେଳେ ମଧ୍ୟ ଟିକାବାଲି ତଥା ଏହାର ଆଖପାଖ ଅଞ୍ଚଳରେ ଏଭଳି ଖବର ଟିମ୍ ପାଖକୁ ଆସେ ଟିମ୍ ର ଆବାହକ ଭି.ଲୋକନାଥ ରାଜୁ ତୁରନ୍ତ ତା’ର ପ୍ରତିକାର ବାହାର କରି ନିଃସ୍ଵାର୍ଥପର ଭାବେ ସାହାଯ୍ୟ କରିଥାନ୍ତି । ଟିମ୍ ହ୍ୟୁମାନିଟି କନ୍ଧମାଳ ର ଏଭଳି ମହାନ୍ କାର୍ଯ୍ୟକ୍ରମ ପାଇଁ ଉକ୍ତ ଅଞ୍ଚଳର ଲୋକେ ସାଧୁବାଦ ଜଣାଇଛନ୍ତି। ଓଡିଶା ସମାଚାର

About admin

Check Also

ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଙ୍କ ଆତ୍ମହତ୍ୟା ସୂଚନା 

ପୁରୀ,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଆତ୍ମହତ୍ୟା କରିଥିବା ସୂଚନା  । ମୃତ ଯୁବକ ଜଣକ …

Leave a Reply

Your email address will not be published.