Friday , August 12 2022
Breaking News
Home / ବିଶେଷ / ଜିଲାପାଳଙ୍କ ଗରଦପୁର ଗସ୍ତ – ଗୋ ସମୃଦ୍ଧି ଯୋଜନା ସମ୍ପର୍କରେ ସମୀକ୍ଷା

ଜିଲାପାଳଙ୍କ ଗରଦପୁର ଗସ୍ତ – ଗୋ ସମୃଦ୍ଧି ଯୋଜନା ସମ୍ପର୍କରେ ସମୀକ୍ଷା

ଗରଦପୁର, ୦୫/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଆଜି ଗରଦପୁର ବ୍ଲକ୍ ର ତେଣ୍ଡାକୁଡ଼ା ପଂଚାୟତ ଗସ୍ତ କରିଥିଲେ । ପଂଚାୟତ କାର୍ଯ୍ୟାଳୟରେ ଏକ ଗୋ ସମୃଦ୍ଧି ଯୋଜନା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ରଂଜିତ କୁମାର ମଲିକ୍, ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ସ୍ଥାନୀୟ ସରପଂଚ ମାନସ କୁମାର ରାଉତ ଓ ସମିତି ସଭ୍ୟ ବାସୁଦେବ ବେହେରା ଙ୍କ ସମେତ ପଂଚାୟତର ସମସ୍ତ ଏସଏଚଜି ମହିଳା ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲାପାଳ ଶ୍ରୀ ଋତୁରାଜ ଗୋ ସମୃଦ୍ଧି ଯୋଜନା , ବଳରାମ ଯୋଜନା ଓ କିଶାନ କ୍ରେନିଟ କାର୍ଡ଼ ମାଧ୍ୟମରେ ମହିଳା ଓ କୃଷକ ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାର ଗୋ ପାଳନ , କୁକୁଡ଼ା ଚାଷ , ମାଛ ଚାଷ, ଛେଳି ଚାଷ ଠାରୁ ଆରମ୍ଭ କରି କୃଷି ଯନ୍ତାଂଶ ଆଦି କିଣି କମ ତଥା ବିନା ସୁଧ ହାରରେ ସରକାରୀ ସହାୟତା ହାସଲ କରିବା ପାଇଁ ଉପସ୍ଥିତ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ ।
ସେହିପରି ଅନ୍ୟ ଏକ ବୈଠକ ତଳକୁସୁମା ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଠାରେ ସ୍ଥାନୀୟ ସରପଂଚ ନଳିନୀ ପ୍ରଭା ଜେନା, ସମିତି ସଭ୍ୟ ପ୍ରଭାସ ରଂଜନ ସାହୁ, ପୂର୍ବତନ ସରପଂଚ ଅଶୋକ କୁମାର ଜେନା ଙ୍କ ସମେତ ପଂଚାୟତର ସମସ୍ତ ଏସଏଚଜି ର ମା ମାନେ ଜିଲାପାଳଙ୍କୁ ପଂଚାୟତ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଏଠାରେ ମଧ୍ୟ ସମୀକ୍ଷା ବୈଠକରେ ଜିଲାପାଳଙ୍କ ସହିତ ବିଡ଼ିଓ ଓ ବ୍ଲକ୍ ଅଧ୍ୟକ୍ଷ ଉପସ୍ଥିତ ଥିଲେ । ପରେ ତଳକୁସୁମା, ବଙ୍ଗାରୀ ୟୁଜି ଏମଇ ସ୍କୁଲ ର ସମ୍ପ୍ରସାରଣ ଓ ବର୍ଯ୍ୟବସ୍ତୁର ପୃଥକୀ କରଣ କେନ୍ଦ୍ର ଜିଲାପାଳ ବୁଲି ଦେଖିଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଙ୍କ ଆତ୍ମହତ୍ୟା ସୂଚନା 

ପୁରୀ,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଆତ୍ମହତ୍ୟା କରିଥିବା ସୂଚନା  । ମୃତ ଯୁବକ ଜଣକ …

Leave a Reply

Your email address will not be published.