Wednesday , September 28 2022
Breaking News
Home / ବିଶେଷ / ଏଟିଏମ୍ ଲୁଟେରାକୁ ଧରି ପୋଲିସ୍ ଜିମା ଦେଲେ ଲୋକେ, ଅଭିଯୁକ୍ତ ଏମବିଏ ଛାତ୍ର ଗିରଫ

ଏଟିଏମ୍ ଲୁଟେରାକୁ ଧରି ପୋଲିସ୍ ଜିମା ଦେଲେ ଲୋକେ, ଅଭିଯୁକ୍ତ ଏମବିଏ ଛାତ୍ର ଗିରଫ

କଟକ ସଦର, ୦୫ /୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ କଟକ- ପାରାଦୀପ ରାସ୍ତା କଡରେ ଗଡମା ଵଜାରରେ ଥିଵା ଷ୍ଟେଟ୍ ବ୍ୟାଙ୍କ୍ ର ଏକ ଏଟିଏମ୍ କାଟି ଗତ କାଲି (ଗୁରୁବାର) ବିଳମ୍ବିତ ରାତିରେ ଲୁଟ କରିବାକୁ ଉଦ୍ୟମ କରିଥିବା ଜନୈକ ଏଟିଏମ୍ ଲୁଟେରା କଟକ ପୀଠାପୁର ଅଞ୍ଚଳର ଵିଚେନ୍ଦ୍ର ଜେନା(୨୧)କୁ ଲୋକେ ଧରି ପୋଲିସ୍ ଜିମା ଦେଇଥିବା ଜଣାପଡିଛି।

ପ୍ରକାଶ ଯେ ଅଭିଯୁକ୍ତ ଵିଚେନ୍ଦ୍ର ଜଣେ ଏମବିଏ ଛାତ୍ର ବୋଲି ଜଣାପଡ଼ିଥିବା ଵେଳେ ସିଏ ଘଟଣା ଦିନ ରାତିରେ ଓଡି ୦୫ କେ ୩୭୯୬ ନମ୍ଵର ଆକ୍ଟିଭା ସ୍କୁଟି ଯୋଗେ ଏଟିଏମ୍ କାଟିବା ପାଇଁ ଗ୍ୟାସ କଟର ଓ ଅନ୍ୟାନ୍ୟ ସାଜସରଞ୍ଜାମ ନେଇ ଏଟିଏମ୍ କାଉଣ୍ଟର ମଧ୍ୟରେ ମୁହଁରେ ଗାମୁଛା ଘୋଡାଇ ହୋଇ ପସିଥିଲା। ଘଟଣା ଜଣାପଡ଼ିବା ଭୟରେ ଅଧା ଏଟିଏମ୍ କାଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ହେଲେ ଖଵର ପାଇ କଲରାଵାଙ୍କ ଫାଣ୍ଡି ପୋଲିସ ଓ ଲୋକେ ପିଛା କରି ସୋମପୁର ପେଟ୍ରୋଲ ଟାଙ୍କି ନିକଟରୁ ଅଭିଯୁକ୍ତକୁ କାଵୁ କରି ଥାନାକୁ ଆଣିଥିଲେ। ତା ନିକଟରୁ ସଵୁ ସରଞ୍ଜାମ ସହିତ ସ୍କୁଟିକୁ ପୋଲିସ ଜଵତ କରି ଅଧିକ ଖୋଳତାଡ ଆରମ୍ଭ କରିଥିବା ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.