Friday , August 12 2022
Breaking News
Home / ତାଜା ଖବର / ବିଶିଷ୍ଟ ଶିଳ୍ପପତୀ ମହିମା ମିଶ୍ରଙ୍କ ଘର ଓ ଅଫିସ ଉପରେ ସିବିଆଇ ର ଚଢ଼ାଉ

ବିଶିଷ୍ଟ ଶିଳ୍ପପତୀ ମହିମା ମିଶ୍ରଙ୍କ ଘର ଓ ଅଫିସ ଉପରେ ସିବିଆଇ ର ଚଢ଼ାଉ

କଟକ ୦୪/୦୮/୨୦୨୨(ଓଡ଼ିଶା ସମାଚାର)- ସିବିଆଇ ସ୍କାନରରେ ଶିଳ୍ପପତି ମହିମା ମିଶ୍ର । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଯାଂଚ କରାଯାଇଥିବା ସୂଚନା ମିଳିଛି। କଟକ ଲିଙ୍କରୋଡ ସ୍ଥିତ ଓଏସଏଲ କାର୍ୟ୍ୟାଳୟରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ସେହିଭଳି କଟକ ଓଡିଆ ବଜାରରେ ଥିବା ମହିମା ମିଶ୍ରଙ୍କ ବାସଭବନରେ ଚଢ଼ାଉ ହୋଇଛି । ସେହିପରି ପାରାଦୀପ ର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ସହ ପାରାଦୀପର ଏକ ଗେଷ୍ଟ ହାଉସ ରେ ଚଢ଼ାଉ କରାଯାଇ ଅଧିକାରୀଙ୍କୁ ପଚରା ଉଚୁରା କରାଯାଇଛି । କେଉଁ କାରଣରୁ ସିବିଆଇ ଏପରି ଚଢ଼ାଉ କରିଛି, ତାହା ଜଣାପଡ଼ିନାହିଁ । ତେବେ ବହୁଚର୍ଚ୍ଚିତ ସିୱେଜ ସିପିଙ୍ଗ୍ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା (୨୬ ଅକ୍ଟୋବର ୨୦୧୬) ରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଗିରଫ କରାଯାଇଥିଲା । ୨୦୨୧ ନଭେମ୍ୱର ମାସରେ ତାଙ୍କୁ ଜାମିନ୍ ମିଳିଥିଲା । ସିବିଆଇ ପକ୍ଷରୁ କଣ ପାଇଁ ଚଢ଼ାଉ କରାଯାଉଛି, ତାହା ର ଖବର ଆମ ପାଖରେ ନାହିଁ । ଆଇନ୍ ଉପରେ ଆମର ଭରଷା ଅଛି । ଆମେ କୌଣସି ବେଆଇନ୍ କାମ କରିନାହୁଁ ବୋଲି ଓଏସଏଲ ର ପରିଚାଳନା ନିର୍ଦ୍ଧେଶକ ମହିମା ମିଶ୍ର କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.