Friday , August 12 2022
Breaking News
Home / ତାଜା ଖବର / ବାପ ଓ ୨ ପୁଅଙ୍କୁ ମାଡ଼ ମାରିଲେ , ବାପ ଙ୍କ ମୃତ୍ୟୁ, ୨ ପୁଅ ଗୁରୁତର ଆହତ

ବାପ ଓ ୨ ପୁଅଙ୍କୁ ମାଡ଼ ମାରିଲେ , ବାପ ଙ୍କ ମୃତ୍ୟୁ, ୨ ପୁଅ ଗୁରୁତର ଆହତ

ରାୟଗଡ଼ା,୦୪/୦୮/୨୦୨୨(ଓଡ଼ିଶା ସମାଚାର)- ଗୁଣିଗାରେଡି କିମ୍ବା ପୂର୍ବ ଶତୃତାରୁ ମାଡ଼ ମାରିବାରୁ ବାପାଙ୍କର ମୃତ୍ୟୁ ହୋଇଥିବାବେଳେ ୨ ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । କାଶୀପୁର ବ୍ଲକ ଦୁଡୁକାବାହାଲ ପଞ୍ଚାୟତ ଟିପିଗୁଡ଼ା ଗାଁରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର ବାପା ଓ ୨ ପୁଅଙ୍କୁ ଗ୍ରାମବାସୀ ମାନେ ନିର୍ଧୂମ୍ ମାଡ଼ ମରିଛନ୍ତି । ଫଳରେ ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଛି ଓ ୨ ପୁଅ ଗୁରୁତର ହୋଇ ଟିକିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଁ ଦାଣ୍ଡରେ ମୃତଦେହ ପଡ଼ିରହିଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଗୁଣିଗାରେଡି କିମ୍ବା ପୂର୍ବ ଶତୃତାରୁ ଏଭଳି ଘଟଣା ଘଟିଥିବା ପୂର୍ବାନୁମାନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.