Friday , August 12 2022
Breaking News
Home / ତାଜା ଖବର / ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇ ଯୁବକ ମୃତ

ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇ ଯୁବକ ମୃତ

ପାଟକୁରା, ୦୪ /୦୮/୨୦୨୨(ଓଡ଼ିଶା ସମାଚାର)- ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇ ଯୁବକ ମୃତ । ପାଟକୁରା ଥାନା ପିକରାଳି ଗାଁର ରମେଶ ଚନ୍ଦ୍ର ବେହେରା ନିକଟସ୍ଥ ଚିତ୍ରୋତ୍ପଳା ନଦୀକୁ ଗାଧେଇବା ପାଇଁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକ ଖୋଜାଖୋଜି କରିବା ସହ ମାର୍ଶାଘାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ନଦୀରୁ ରମେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଳା । ପୁଲିସ ଉଦ୍ଧାର କରାଯାଇଥିବା ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ପଠାଇଛି । ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.