Friday , August 12 2022
Breaking News
Home / ତାଜା ଖବର / ଘରର ଛାତ ଉପରେ ଶୋଇଥିବା ବେଳେ ଯୁବକଙ୍କୁ ନିର୍ମମ ହତ୍ୟା

ଘରର ଛାତ ଉପରେ ଶୋଇଥିବା ବେଳେ ଯୁବକଙ୍କୁ ନିର୍ମମ ହତ୍ୟା

ଖୋର୍ଦ୍ଧା ୦୪/୦୮/୨୦୨୨(ଓଡ଼ିଶା ସମାଚାର)- ଘରର ଛାତ ଉପରେ ଶୋଇଥିବା ବେଳେ ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ଏଭଳି ହତ୍ୟାକାଣ୍ଡ ଘଟଣା ଘଟିଛି ଜଙ୍କିଆ ଥାନା ମୋଟା ଗାଁରେ । ମୃତ ଯୁବକ ହେଉଛନ୍ତି ମୋଟା ଗାଁର ରଘୁନାଥ ମହାରଣା । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଜଣାପଡିଛି । ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।
ମିିଳିଥିବା ସୂଚନା ଅନୁଯାୟୀ, ମୋଟା ଗାଁର ରଘୁନାଥ ମହାରଣା ନିଜ ଘରର ଛାତ ଉପରେ ଶୋଇଥିଲେ । ଶୋଇଥିବା ବେଳେ କେହି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଛାତ ଉପରେ ରଘୁନାଥଙ୍କ ରକ୍ତଜୁଡୁବୁଡୁ ମୃତଦେହ ପଡିରହିଛି । ତେବେ ଏଭଳି ବିଭତ୍ସ ଭାବେ କିଏ ଓ କାହିଁକି ହତ୍ୟା କଲା, ସେନେଇ ଖୋଲତାଡ଼ ଚାଲିଛି । ଘଟଣାସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.