Friday , August 12 2022
Breaking News
Home / ସ୍ୱାସ୍ଥ୍ୟ / ଜିଲ୍ଲା ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ-୨୦୨୨

ଜିଲ୍ଲା ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ-୨୦୨୨

ଜଗତସିଂହପୁର,୦୩/୦୮/୨୦୨୨(ଓଡ଼ିଶା ସମାଚାର)- ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଧେଶ କ୍ରମେ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ- ୨୦୨୨ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କନଫରେନ୍ସହଲ୍ ରେ ପାଳିତ ହୋଇଯାଇଛି । ଚଳିତ ବର୍ଷର ଶୀର୍ଷକ ସ୍ତନ୍ୟପାନକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରନ୍ତୁ,ଆବଶ୍ୟକ ପରାମର୍ଶ ଓ ସହାୟକ ପ୍ରଦାନ କରନ୍ତୁ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କ୍ଷେତ୍ରବାସୀ ଦାଶ,ଏଡିଏମଓ ମେଡିକାଲ ଡା.ନିମାଇଁ ଚରଣ ନାୟକ,ସ୍ତ୍ରୀ ଓ ପ୍ରସୂତି ବିଭାଗର ଚିକିତ୍ସକ ଡା.ରବୀନ୍ଦ୍ର ନାଥ ପାଲ୍,ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଶତୃଘ୍ନ ଦାଶ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ)ଡା.ପ୍ରମୋଦ କୁମାର ବାରିକ,ଡିପିଏମ୍ ଚକ୍ରଧର ଜେନା ପ୍ରମୁଖ ଉପସ୍ଥିତ ରହି ମାତୃ ସ୍ତନ୍ୟପାନର କୌଣସି ବିକଳ୍ପ ନାହିଁ । ମା କ୍ଷୀର ଦେଲେ ମା ଓ ଶିଶୁ ସମ୍ପର୍କ ଉଭୟଙ୍କର ବହୁତ ଉପକାରିତା ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରି ଡେପୁଟି ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ମା ର ସଠିକ୍ ବ୍ୟବହାର ରହିଲେ ଶିଶୁ ସଠିକ ସ୍ତନ୍ୟପାନ କରିବ ବୋଲି ମତବ୍ୟକ୍ତ କରିଥିଲେ । ଘରେ , ଡ଼ାକ୍ତରଖାନାରେ ସବୁଠାରେ ଶିଶୁ ପାଇଁ ମା କ୍ଷୀର, ଶିଶୁ ଜନ୍ମ ପରେ କସ କ୍ଷୀର,୬ମାସ ପାଇଁ କେବଳ ମା କ୍ଷୀର ଏବଂ ୬ ମାସ ପରେ ମା କ୍ଷୀର ସହିତ ଘରେ ପ୍ରସ୍ତୁତ ଅର୍ଦ୍ଧ ତରଳ ଖାଦ୍ୟ ପ୍ରସ୍ତୁତ କରି ଦେବା ଆଦି ପରାମର୍ଶ ସେବା ଉପରେ ଆଲୋଚନା କରାଯାଇଥିଲା । ଏଡିପିଏଚସିଓ ସଚଳା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନର୍ସିଂ ସ୍କୁଲ୍ର ଅଧ୍ୟକ୍ଷା,ଛାତ୍ରଛାତ୍ରୀ ଏବଂ ସହରାଂଚଳର ସମସ୍ତ ଆଶାକର୍ମୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ …

Leave a Reply

Your email address will not be published.